ରାୟଗଡ଼ା: ରାୟଗଡ଼ାଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଚିନାରୀଗୁଡା ଛକ ନିକଟରେ ବାଇକ ଦୁର୍ଘଟଣାରେ  ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କାଶିନଗର ବ୍ଲକ ଅନ୍ତର୍ଗତ ଟାଙ୍କୁଆଗୁଡ଼ା ଗ୍ରାମର ବୁଡୁ ଶବର।

Advertisment

ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟାରେ ମୃତକ ଜଣକ କୌଣସି  କାମରେ ସମ୍ପର୍କୀୟ ଝିଆରୀଙ୍କ ସହ ଗୁଣପୁର ଆସି ବାଇକ ଯୋଗେ ଘରକୁ ଫେରିବା ସମୟରେ ଚିନାରୀଗୁଡ଼ା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ:Bihar Election: ସକାଳ ୧୦ଟା ସୁଦ୍ଧା ୧୩.୧୩% ମତଦାନ, ସହର ତୁଳନାରେ ଗାଁରେ ଅଧିକ ମତଦାନ କରିଛନ୍ତି ଲୋକେ

କୌଣସି ସୂତ୍ରରୁ ଖବର ପାଇ ଗୁଣପୁର ପୁଲିସ ଘଟନା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ବୁଡୁ ଶବରଙ୍କୁ  ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହକୁ ଜବତ କରିବା ସହ ଗୁଣପୁର ପୁଲିସ  ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ:Suspicious Death: ଓଏପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ


ଶିବପ୍ରସାଦ ଦୋରା