ସୂଚନା ଅଧିକାରରେ ତଥ୍ୟ ନ ଦେଲେ କାର୍ଯ୍ୟାନୁ‌ଷ୍ଠାନ

Advertisment
ସୂଚନା ଅଧିକାରରେ ତଥ୍ୟ ନ ଦେଲେ କାର୍ଯ୍ୟାନୁ‌ଷ୍ଠାନ

jnlcollegekhagaul.com

ଭୁବନେଶ୍ୱର : ସୂଚନା ଅଧିକାର ଆଇନ୍‌ ବଳରେ ମଗାଯାଉଥିବା ତଥ୍ୟ ଦେବାରେ ବହୁ ବିଭାଗରେ ଚରମ ଅବହେଳା କରାଯାଉଛି। ସମୟସୀମା ମଧ୍ୟରେ ତଥ୍ୟ ଦିଆଯାଉନି। ଫଳରେ ବହୁ ଆବେଦନକାରୀ ସୂଚନା କମିସନ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ‌ ନେଇ ସୂଚନା କମିସନ୍‌ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆର୍‌ଟିଆଇ ସମ୍ପର୍କିତ ସମସ୍ତ ଆବେଦନ/ଚିଠିକୁ ଓଡ଼ିଶା ରେକର୍ଡ ମାନୁଆଲ୍‌, ୧୯୬୪ ଅଧୀନରେ କାଟାଗୋରି ‘ଏ’ ଭାବେ ବିବେଚନା କରିବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଥ୍ୟ ଦେବାକୁ ଅଧିକାରୀମାନେ ବାଧ୍ୟ। ଯେଉଁ ଅଧିକାରୀ ତଥ୍ୟ ଦେବାରେ ବିଳମ୍ବ କରିବେ, ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନ୍ ଚେତାବାନୀ ଦେଇଛନ୍ତି। ଏହା ବାଦ୍ ସୂଚନା ଦେବାରେ ବିଳମ୍ବ ପାଇଁ ଆର୍‌ଟିଆଇ ଆକ୍ଟ, ୨୦୦୫ର ଧାରା-୨୦ ଅନୁଯାୟୀ ଅଧିକାରୀଙ୍କୁ ଦଣ୍ଡ ଦିଆଯିବ ବୋଲି ସତର୍କ କରିଦିଆଯାଇଛି। ସୂଚନା କମିସନ୍‌ଙ୍କ ଏହି ନିର୍ଦ୍ଦେଶକୁ ଗୁରୁତର ସହ ନେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ବିଭାଗୀୟ ସଚିବ ସଞ୍ଜୟ ସିଂହ ଗତକାଲି ଏହି ପ୍ରସଙ୍ଗରେ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe