ସୂଚନା ଅଧିକାର ଆଇନ: ଅନ୍‌ଲାଇନ ଦରଖାସ୍ତର ହାର୍ଡ କପି ଦାଖଲ ଅନାବଶ୍ୟକ

Advertisment

ୱେବସାଇଟ୍‌ରେ ସ୍ପଷ୍ଟୀକରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ୱେବସାଇଟ୍‌ରେ ସ୍ପଷ୍ଟୀକରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ଅଧିକାର ଆଇନ: ଅନ୍‌ଲାଇନ ଦରଖାସ୍ତର ହାର୍ଡ କପି ଦାଖଲ ଅନାବଶ୍ୟକ

New Indian Express

କଟକ : ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ ପାଇଁ ଅନ୍‌ଲାଇନରେ ଦରଖାସ୍ତ ଦାଖଲ କରୁଥିବା ଆବେଦନକାରୀ ଦରଖାସ୍ତର ହାର୍ଡ କପି ଦାଖଲ କରିବା ଆବଶ୍ୟକ ନାହିଁ । ଏ ନେଇ ରାଜ୍ୟ ସୂଚନା କମିସନ୍ ୱେବସାଇଟ୍‌ରେ ତୁରନ୍ତ ସ୍ପଷ୍ଟୀକରଣ ଦିଆଯିବ। ରାଜ୍ୟ ସୂଚନା କମିସନରଙ୍କୁ ଏଥି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନ ଅଧୀନରେ ଅନ୍‌ଲାଇନ ଆବେଦନ ପାଇଁ ଅନୁମତି ଦିଆଯାଇଥିବା ବେଳେ ଏହାର ହାର୍ଡ କପି ଦାଖଲ ପାଇଁ ବାଧ୍ୟ କରାଯିବା ଯଥାର୍ଥ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଉପରୋକ୍ତ ନି‌ର୍ଦ୍ଦେଶ କାର୍ଯ୍ୟକାରୀ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌ ମୁରଲୀଧର ଓ ଜଷ୍ଟିସ୍ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ହରିପ୍ରିୟା ପଟେଲଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫କୁ ଧାର୍ଯ୍ୟ କରାଯାଇଛି।

ଅନ୍‌ଲାଇନ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଆବେଦନର ହାର୍ଡ କପି ହାତରେ କିମ୍ବା ପୋଷ୍ଟ ମାଧ୍ୟମରେ ଦାଖଲ ପାଇଁ ବାଧ୍ୟ କରାଯାଉଛି ବୋଲି ଦର୍ଶାଇ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଶ୍ରୀମତୀ ପଟେଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe