ଅଙ୍ଗନବାଡ଼ି କେନ୍ଦ୍ର ରାସ୍ତାକୁ ନେଇ ଗଣ୍ଡଗୋଳ, ଅଧା‌ରେ ଅଟକିଲା ଚିହ୍ନଟ ପ୍ରକ୍ରିୟା

Advertisment
ଅଙ୍ଗନବାଡ଼ି କେନ୍ଦ୍ର ରାସ୍ତାକୁ ନେଇ ଗଣ୍ଡଗୋଳ, ଅଧା‌ରେ ଅଟକିଲା ଚିହ୍ନଟ ପ୍ରକ୍ରିୟା

ବିନିକା : ବିନିକା ଏନ୍‌ଏସି ୧୨ ନମ୍ବର ୱାର୍ଡ଼ ମିଶ୍ରପାଲିରେ ନୂତନ ମିନି ଅଙ୍ଗନୱାଡ଼ି କେନ୍ଦ୍ର ରାସ୍ତାକୁ ନେଇ ଗଣ୍ଡଗୋଳ ଘଟିଛି। ଅନ୍ୟପକ୍ଷରେ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ରାସ୍ତା ଚିହ୍ନଟ ପ୍ରକ୍ରିୟା ଅଧାରେ ଅଟକିଛି।

ପ୍ରକାଶ ଯେ, ମିଶ୍ରପାଲିରେ ଏକ ନୂତନ ମିନି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଆସିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜାଗା ପାଖରେ ସେହି ଗାଁର ନାଗା ନାଗ ଓ ସୁଦର୍ଶନ ନାଗଙ୍କୁ ଏନ୍‌ଏସି ପକ୍ଷରୁ ଏଲ୍‌ଆର୍‌ସି ପଟ୍ଟା ଦିଆଯାଇଛି। କିନ୍ତୁ ସେଦୁହେଁ ପଟ୍ଟା ପାଇଥିବା ଜାଗାରେ ଘର ନିର୍ମାଣ ନକରି ଅନ୍ୟତ୍ର କରୁଥିବାରୁ ମିନିଅଙ୍ଗନୱାଡ଼ି କେନ୍ଦ୍ରକୁ ରାସ୍ତା ମିଳିବ ନାହିଁ ବୋଲି ଗ୍ରାମବାସୀ ବହୁଦିନ ହେଲା ଏନ୍‌ଏସି କାର୍ଯ୍ୟନିର୍ବ‌ାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଶନିବାର ମିଶ୍ରପାଲିର ଅନେକ ଲୋକ ତହସିଲ ଅଫିସକୁ ଆସି ତୁରନ୍ତ ସେଠାକୁ ରାସ୍ତା ଚିହ୍ନଟ କରିବାକୁ ଦାବିପତ୍ର ଦେଇଥିଲେ। ସଙ୍ଗେ ସଙ୍ଗେ ତହସିଲଦାର ଅଲେଖ ଘୁଟା, ଥାନା ଏସ୍‌ଆଇ ସୂର୍ଯ୍ୟକାନ୍ତ ସେଠୀ, ଏନ୍‌ଏସି କର୍ମକର୍ତ୍ତା, ଅମିନ ଘଟଣାସ୍ଥଳରେ ପହଞ୍ଚି ପଡ଼ାବାସୀଙ୍କ ଉପସ୍ଥିତିରେ ରାସ୍ତା ଚିହ୍ନଟ ପ୍ରକ୍ରିୟା‌ ଆରମ୍ଭ କରିଥିଲେ। ଏହି ସମୟରେ ହଠାତ୍‌ ଗଣ୍ଡଗୋଳ ଘଟିଥିଲା। ଫଳରେ ଚିହ୍ନଟ ପ୍ରକ୍ରିୟା ଅଧାରୁ ବନ୍ଦ କରାଯାଇଥିଲା।

ଉପସ୍ଥିତ ପୁଲିସ କର୍ମଚାରୀମାନେ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତ କରିଥିଲେ। ପରେ ବିନିକା ଥାନାରେ ମିଶ୍ରପାଲିର ରେଖା କର ତାଙ୍କୁ ମାଡ଼ ମରାଯାଇଥିବା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଥାନା କେସ୍‌ ନଂ ୧୭୬ରେ ଏକ ମାମାଲା ରୁଜୁ କରି ତଦନ୍ତ କରୁଛି। ରାସ୍ତା ଚିହ୍ନଟ ବିବାଦ ସଂପର୍କରେ ତହସିଲଦାର ଶ୍ରୀ ଘୁଟାଙ୍କୁ ପଚରାଯିବାରୁ ସେ ଆର୍‌ଆଇଙ୍କୁ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe