ଦେବକୁଣ୍ଡରେ ପ୍ରବେଶ ନେଇ ଉତ୍ତେଜନା, ବନ କର୍ମଚାରୀଙ୍କୁ ତାଲା

Advertisment
ଦେବକୁଣ୍ଡରେ ପ୍ରବେଶ ନେଇ ଉତ୍ତେଜନା, ବନ କର୍ମଚାରୀଙ୍କୁ ତାଲା

Telegraph India

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ପ୍ରବେଶ କରିବା ନେଇ ସ୍ଥାନୀୟ ଲୋକ ଏବଂ ବନବିଭାଗ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ବନ ବିଭାଗ ପକ୍ଷରୁ ଦିନ ୨ଟା ୩୦ ମିନିଟ୍‌ ପରେ ଦେବକୁଣ୍ଡ ମଧ୍ୟରେ ପ୍ରବେଶ ନେଇ ନିଷେଧାଦେଶ ଜାରି କରାଯାଇଛି। ତେବେ କିଛି ସ୍ଥାନୀୟ ଲୋକେ ଏକ ବଲେରୋ ଗାଡ଼ି ନେଇ ନିର୍ଦ୍ଧାରିତ ସମୟ ପରେ ଆଜି ଦେବକୁଣ୍ଡ ମଧ୍ୟକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରଥମ ଗେଟ୍ ନିକଟରେ ଥିବା ବନକର୍ମଚାରୀମାନେ ସେମାନଙ୍କୁ ଅଟକାଇଥିଲେ ସୁଦ୍ଧା ସେମାନେ ଜବରଦସ୍ତ ପ୍ରବେଶ କରିଯାଇଥିବା ଦାୟିତ୍ୱରେ ଥିବା ଫରେଷ୍ଟର ଜ୍ୟୋତିସ୍ମିତା ପାଣ୍ଡିଆ ପ୍ରକାଶ କରିଛନ୍ତି।

ଦ୍ୱିତୀୟ ଗେଟ୍ ନିକଟରେ ଗାଡ଼ି ରଖି ଉକ୍ତ ବ୍ୟକ୍ତିମାନେ ମନ୍ଦିର ଦର୍ଶନ କରିବାକୁ ଯାଇ ଫେରିବା ପରେ ଗାଡ଼ିର ୪ଟି ଯାକ ଚକରେ ହାୱା ନଥିବା ଦେଖିବାକୁ ପାଇଥିଲେ। ବିନା ହାୱାରେ ଗାଡ଼ି ନେଇ ଫେରିବା ସହ ପ୍ରଥମ ଗେଟ୍ ପାଖରେ ପହଞ୍ଚି ଉକ୍ତ ଘଟଣା ପାଇଁ ବନବିଭାଗକୁ ଦାୟୀ କରିଥିଲେ। ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପ୍ରଥମ ଗେଟ୍ ନିକଟରେ ଥିବା ବନ ବିଭାଗ କାର୍ଯ୍ୟାଳୟରେ ସଂପୃକ୍ତ ଲୋକମାନେ ତାଲା ପକାଇବା ସହ କ୍ଷତିପୂରଣ ଦାବି କରିଛନ୍ତି। ଫଳରେ ପ୍ରାୟ ୮ ଜଣ ବନ କର୍ମଚାରୀ କାର୍ଯ୍ୟାଳୟରେ ବନ୍ଦୀ ହୋଇ ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟାସ ଜାରି ରହିଥିବା ଡୁକୁରା ରେଞ୍ଜର ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ସେହିପରି କୁଣ୍ଡାବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଖବର ଲେଖା ହେବା ଯାଏ ଘଟଣାର ସମାଧାନ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe