ଆଇସିଏସ୍‌ଇ ରେଜଲ୍ଟ: ଋଷି ସାଗର ଶତପଥୀ ଓଡ଼ିଶା ଟପ୍ପର, ତାଙ୍କର ଲକ୍ଷ୍ୟ କ’ଣ ଜାଣନ୍ତୁ

Advertisment
ଆଇସିଏସ୍‌ଇ ରେଜଲ୍ଟ: ଋଷି ସାଗର ଶତପଥୀ ଓଡ଼ିଶା ଟପ୍ପର, ତାଙ୍କର ଲକ୍ଷ୍ୟ କ’ଣ ଜାଣନ୍ତୁ

କଟକ: କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମିନେସନସ୍ ( ସିଆଇଏସସିଇ) ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଶାରୁ ଋଷି ସାଗର ସତପଥୀ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି। କଟକସ୍ଥିତ ଡିଏଭିଏସ୍‌ସିବି ମେଡିକାଲ ପବ୍ଳିକ ସ୍କୁଲର ଛାତ୍ର ଋଷିଙ୍କୁ ୯୯.୨ ପ୍ରତିଶତ ମାର୍କ ମିଳିଛି, ଯାହାକୁ ନେଇ ପରିବାର ଓ ସ୍କୁଲ ପରିସରରେ ଖେଳିଯାଇଛି ଖୁସିର ଲହରୀ ।

ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହେଲା ପରେ ଋଷି ‘ସମ୍ବାଦ ଡିଜିଟାଲ’କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ରିଷିଙ୍କ କହିବାନୁସାରେ, ମୋ ସଫଳତା ପାଇଁ ମୁଁ ଖୁସି ହେଲେ ଯେଉଁମାନେ ଅସଫଳ ହେଲେ ସେମାନେ ଧର୍ଯ୍ୟ ନ ହରାଇ ପରିଶ୍ରମ କରିବା ଜାରି ରଖନ୍ତୁ। ତାଙ୍କର ସଫଳତାର ଶ୍ରେୟ ସେ ବାପା-ମା’ ଓ ଡିଏଭି ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ସେ ଦିନକୁ ୮ରୁ ୧୦ ଘଣ୍ଟା ପଢ଼ୁଥିଲେ ବୋଲି କହିଛନ୍ତି। କୋଭିଡ ପାଇଁ ଅନଲାଇନ୍ ଟିଚିଂ ବ୍ୟବସ୍ଥା ଏଥର ଆରମ୍ଭ ହେଲା ସତ ହେଲେ ଏହି ବ୍ୟବସ୍ଥରେ ଭଲ ଓ ମନ୍ଦ ଉଭୟ ରହିଛି ବୋଲି ମୋର ମତ। ଏହି ବ୍ୟବସ୍ଥାରେ ଛାତ୍ର-ଶିକ୍ଷକ ଙ୍କ ମଧ୍ୟରେ ଭାବ ଆଦାନ-ପ୍ରଦାନ କମ୍ ରୁହେ ଯାହାକୁ କିଛି ପିଲା ପସନ୍ଦ କରନ୍ତି ନାହିଁ ।ଏହା ସହିତ ଆଗାମୀ ଦିନର ଛାତ୍ରଛାତ୍ରୀଙ୍କୁ ସେ କହିଛନ୍ତି ଯେ, ମନଲଗାଇ ପାଠ ପଢ଼ିଲେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ହେବ। ଭବିଷ୍ୟତରେ ଦେଶସେବା କରିବା ଲକ୍ଷ୍ୟ ରଖିଛନ୍ତି ଋଷି।

ସୂଚନାଯୋଗ୍ୟ, ସିଆଇଏସସିଇ ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ଜାରି କରିଛି। ଯେଉଁମାନେ ଆଇସିଏସଇ ଦଶମ ପରୀକ୍ଷା ଦେଇଥି‌ଲେ ସେମା‌ନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cisce.orgକୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଫଳାଫଳ ଯାଞ୍ଚ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର ଦେବାକୁ ହେବ। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପରୀକ୍ଷାରେ ଭଲ ମାର୍କ ରଖିଥିବା ଜଣାପଡ଼ିଛି। ଛାତ୍ରୀମାନଙ୍କ ପାସ୍ ହାର ୯୯.୯୮ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୯୭%। cisce.org ବ୍ୟତୀତ results.cisce.org, results.nic.in ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ପରୀକ୍ଷାର ଫଳାଫଳ ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe