ଇଞ୍ଜିନିୟରିଂ ପାଠ ପଢ଼ିଥିବା ୭୮ ହଜାର ଛାତ୍ରଛାତ୍ରୀ ବେକାର, ବୈଷୟିକ ମନ୍ତ୍ରୀ ରଖିଲେ ଲିଖିତ ଉତ୍ତର

ଇଞ୍ଜିନିୟରିଂ ପାଠ ପଢ଼ିଥିବା ୭୮ ହଜାର ଛାତ୍ରଛାତ୍ରୀ ବେକାର, ବୈଷୟିକ ମନ୍ତ୍ରୀ ରଖିଲେ ଲିଖିତ ଉତ୍ତର

Telegraph India

ଭୁବନେଶ୍ବର: ସାମ୍ନାକୁ ଆସିଛି ରାଜ୍ୟରେ ବେକାରୀ ସମସ୍ୟାର ବିକଳ ଚିତ୍ର। ସାରା ଦେଶରେ ବେକାରୀ ସମସ୍ୟାକୁ ନେଇ ତର୍କବିତର୍କ। ଦେଶରେ ରେକର୍ଡ ସୃଷ୍ଟି କରିଛି ବେକାରୀ ସମସ୍ୟା। ତେବେ ଆଜି ବିଧାନସଭାରେ ବେକାରୀକୁ ନେଇ ଚିନ୍ତା କଲା ଭଳି ତଥ୍ୟ ସାମନାକୁ ଆସିଛି। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରୀ, ଗୃହରେ ରଖିଥିବା ତଥ୍ୟ ଅନୁସାରେ ରାଜ୍ୟରେ ବୃଦ୍ଧି ପାଇଛି ବେକାରୀ ସମସ୍ୟା।

ଶୀତ ଅଧିବେଶନରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏପରି ତଥ୍ୟ ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। କହିଛନ୍ତି, ରାଜ୍ୟରେ ମୋଟ୍‌ ୯ ଲକ୍ଷ ୨୧ ହଜାର ୪୪୮ ଜଣ ଯୁବକ ଯୁବତୀ ଜିଲ୍ଲା କର୍ମ ନିୟୋଜନରେ ପଞ୍ଜିକରଣ କରିଛନ୍ତି। ହେଲେ ସେମାନଙ୍କୁ ଚାକିରି ମିଳିନାହିିଁ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫ ହଜାର ୫୫୬ ଜଣ ବେକାର ଅଛନ୍ତି।
୭୮ ହଜାର ୧୮୦ ଇଞ୍ଜିନିୟରଙ୍କ ପାଖରେ କାମ ନାହିଁ। ସବୁଠୁ ଚିନ୍ତାଜନକ ହେଉଛି ଇଞ୍ଜିନିୟରିଂ ପାସ କରି ଘରେ ବସି ରହିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ବିଭିନ୍ନ ବିଭିଗରେ ଡିପ୍ଲୋମା ଓ ଡିଗ୍ରୀ ହାସଲ କରିବା ପରେ ନିଯୁକ୍ତି ନପାଇ ବେକାର ହୋଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe