କରାଟେରେ  ରିତ୍ବିକ ବରାଳଙ୍କୁ ସ୍ବର୍ଣ୍ଣପଦକ

Advertisment
କରାଟେରେ  ରିତ୍ବିକ ବରାଳଙ୍କୁ ସ୍ବର୍ଣ୍ଣପଦକ

SportsCafe

ଚଣ୍ଡିଖୋଲ: ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲ୍‌ ପକ୍ଷରୁ ଆୟୋଜିତ ଇଷ୍ଟ ଇଣ୍ଡିଆ କରାଟେ ଚାମ୍ପିୟନସିପ୍‌ରେ ବଡ଼ଚଣାର ରିତିକ ବରାଳ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ସାରା ଭାରତରୁ ଦୁଇ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କନିଷ୍ଠ ବର୍ଗ ବାଳକ (୧୬ ବର୍ଷରୁ ୧୭ବର୍ଷ) ମଧ୍ୟରେ ୭୬ କେଜି ପ୍ରତିଯୋଗିତାରେ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ରିତିକ ସଫଳତା ହାସଲ କରିଥିଲେ।

ପୁରସ୍କାର ବିତରଣ ଉତ୍ସବରେ ଇଷ୍ଟ ଇଣ୍ଡିଆ କରାଟେ ଆସୋସିଏସନର ସଭାପତି ହଂସୀ ପ୍ରେମଜିତ ସିଂହ ରିତ୍ବିକଙ୍କୁ ପ୍ରମାଣପତ୍ର ସହିତ ସ୍ଵର୍ଣ୍ଣ ପଦକ ପ୍ରଦାନ କରିଥିଲେ। ରିତିକଙ୍କ ଏହି ସଫଳତା ପାଇଁ ବଡ଼ଚଣାରେ ଆନନ୍ଦ ପ୍ରକାଶ ପାଇଛି। ବିଧାୟକ ଅମର ପ୍ରସାଦ ଶତପଥୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଯୁକ୍ତ ୨ ବିଜ୍ଞାନ ପଢ଼ୁଥିବା ରିତିକ ଏହା ପୂର୍ବରୁ ଜାତୀୟ ଓ ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe