ଚାନ୍ଦବାଲି/ଆରଡି : ପୁଣି ଧସିଛି ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ୍ ଆରଡି ପଞ୍ଚାୟତର ଶୀତଳପୁରଠାରେ ପାଖାପାଖି ଶହେ ଫୁଟ୍ ଲମ୍ବର ମାଟିବନ୍ଧ ଧସିଯାଇଛି। ଫଳରେ ନଦୀକୂଳ ପାଖରେ ରହୁଥିବା ୧୫ରୁ ଅଧିକ ପରିବାର ଆଶଙ୍କାରେ ରହିଛନ୍ତି।
କିଛିମାସ ତଳେ ନଦୀବନ୍ଧର ଠିକ୍ ଏହି ସ୍ଥାନରୁ ଅନେକ ପଥର ଖସି ସାଳନ୍ଦୀ ଗର୍ଭକୁ ଚାଲିଯାଇଥିଲା। ଫଳରେ, ନଦୀବନ୍ଧ ରାସ୍ତାରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଥିଲା। ଶୁକ୍ରବାର ସକାଳେ ସାଳନ୍ଦୀ ନଦୀର ଶୀତଳପୁରଠାରେ ପ୍ରାୟ ଶହେ ଫୁଟ୍ର ମାଟିବନ୍ଧ ଧୋଇଯିବା ଫଳରେ ଗ୍ରାମବାସୀ ଭୟ ଆଶଙ୍କାରେ ଛାନିଆ ହୋଇପଡ଼ିଥିଲେ। ଆଜି ଜୁଆର ପାଣି ଛାଡ଼ିବା ସମୟରେ ପୁଣି ସେହି ସ୍ଥାନରୁ ଅତଡ଼ା ଧସିବା ଫଳରେ ଉକ୍ତ ବନ୍ଧ ରାସ୍ତାରେ ଯାତାୟାତ ବନ୍ଦ ରହିଛି।
ବାରମ୍ବାର ବନ୍ଧ ଧସୁଥିବାରୁ ଗ୍ରାମବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂଆ ମାଟି ପଡିଥିବାରୁ ତାହା ନଦୀକୁ ଧସିଯାଉଛି। ତେବେ ସେହି ସ୍ଥାନରେ ପଥର ପ୍ୟାକିଂ କରାଯିବ ବୋଲି କହିଛନ୍ତି ବିଭାଗୀୟ କନିଷ୍ଠଯନ୍ତ୍ରୀ କନିଷ୍ଠଯନ୍ତ୍ରୀ କିଶୋର ଦାସ।
Follow Us