ବାଲିରେ ନଦୀବନ୍ଧ ମରାମତି ଘଟଣା: କାର୍ଯ୍ୟ ବନ୍ଦ କଲେ ବିଭାଗୀୟ ଅଧିକାରୀ

Advertisment
ବାଲିରେ ନଦୀବନ୍ଧ ମରାମତି ଘଟଣା: କାର୍ଯ୍ୟ ବନ୍ଦ କଲେ ବିଭାଗୀୟ ଅଧିକାରୀ

(representational immage) Holiday Landmark

ବ୍ରହ୍ମବରଦା: ନଦୀ ବାଲିରେ ଚାଲିଥିବା ନଦୀବନ୍ଧ ମରାମତି ଘଟଣାରେ ବିଭାଗୀୟ ଅଧିକାରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଏହାର ଅନୁଧ୍ୟାନ କରିବା ସହ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ଜାରକା ଜଳସେଚନ ବିଭାଗ ଅଧୀନରେ ଥିବା ବ୍ରହ୍ମବରଦା ସେତୁ ଠାରୁ ରୁଦ୍ରପୁର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀବନ୍ଧର ପ୍ରଶସ୍ତୀକରଣ କାର୍ଯ୍ୟ ଜାରିରହିଛି। ଗତ ୨୦୨୧ ମସିହା ଫେବ୍ରୁଆରି ମାସରେ ନାବାର୍ଡ ପକ୍ଷରୁ ୫ କୋଟି ୪୮ଲକ୍ଷ ୬୮ହଜାର ଟଙ୍କା ବ୍ୟୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ଅତି ନିମ୍ନମାନର ହେଉଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ଗତ ୧୭ ତାରିଖରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ କାର୍ଯ୍ୟ ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କାର୍ଯ୍ୟ ନିମ୍ନମାନର ହେଉଥିବା ଅନୁଭବ କରିଥିଲେ। ବାଲିରେ ବନ୍ଧ ମରାମତି ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯିବା ସହ ଏସମ୍ପର୍କିତ ବିଲ୍‌ ବନ୍ଦ କରାଯାଇଛି ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe