River in danger: ବିପଦରେ ନଈ: ମରିମରି ଯାଉଛି ଡେମ୍ପାନାଳ, ବର୍ଷର ୧୦ ମାସ ଶୁଖିଲା, ଚାଷୀ ନିରାଶ

Advertisment

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରୁ ବାହାରି କଣିହାଁ ବ୍ଲକ୍‌ ଦେଇ ବ୍ରାହ୍ମଣୀ ନଦୀରେ ମିଶିଛି ‘ଡେମ୍ପାନାଳ’। ଏହି ନାଳର ପାଣିକୁ କଣିହାଁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ଲୋକମାନେ ବ୍ୟବହାର କରୁଥିଲେ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରୁ ବାହାରି କଣିହାଁ ବ୍ଲକ୍‌ ଦେଇ ବ୍ରାହ୍ମଣୀ ନଦୀରେ ମିଶିଛି ‘ଡେମ୍ପାନାଳ’। ଏହି ନାଳର ପାଣିକୁ କଣିହାଁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ଲୋକମାନେ ବ୍ୟବହାର କରୁଥିଲେ।

shfshfssfhxb

ଭୂପେନ ଗଡ଼ନାୟକ
କଣିହାଁ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରୁ ବାହାରି କଣିହାଁ ବ୍ଲକ୍‌ ଦେଇ ବ୍ରାହ୍ମଣୀ ନଦୀରେ ମିଶିଛି ‘ଡେମ୍ପାନାଳ’। ଏହି ନାଳର ପାଣିକୁ କଣିହାଁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ଲୋକମାନେ ବ୍ୟବହାର କରୁଥିଲେ। ନାଳ ପାଣିରେ ଗାଧୋଇବାଠାରୁ ଆରମ୍ଭ କରି ପାନୀୟ ଜଳ, ଚାଷଜମିକୁ ଜଳସେଚିତ କରାଯାଉଥିଲା। ଲୋକମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଥିଲେ। ଗତ କିଛିବର୍ଷ ହେଲା ଡେମ୍ପାନାଳ ଶୁଖିଲା ପଡ଼ୁଛି। କେବଳ ବର୍ଷା ୨ ମାସ ନାଳରେ ପାଣି ପ୍ରବାହିତ ହେଉଥିବା ବେଳେ ବାକି ୧୦ ମାସ ଶୁଖିଲା ରହୁଛି। ଏଥି ଯୋଗୁଁ ଚାଷ ପାଇଁ ତା ଉପରେ ନିର୍ଭର କରୁଥିବା ହଜାର ହଜାର ଚାଷୀଙ୍କୁ ନିରାଶ ହେବାକୁ ପଡ଼ୁଛି। ନାଳ ୧୦ ମାସ ଶୁଖିଲା ରହିବା ଯୋଗୁଁ ଅନାବନା ଗଛଲତା ଉଠିବା ସହ ସେଥିରେ ହିଂସ୍ର ଜୀବଜନ୍ତୁ ବସବାସ କରୁଛନ୍ତି। 

ଡେମ୍ପାନାଳର ଉପର ମୁଣ୍ଡରେ କଣିହାଁ ବ୍ଲକ୍‌ର ହରିଚନ୍ଦନପୁର, ବଡ଼ତ୍ରିବିଡ଼ା ଓ ବରିହାପୁର ଗାଁ ନିକଟରେ ତିନୋଟି ଚେକ୍‌ଡ୍ୟାମ୍‌ ରହିଛି। ଏହା ଦ୍ବାରା ବର୍ଷାଋତୁରେ ଚାଷୀମାନେ କିଛି ମାତ୍ରାରେ ଉପକୃତ ହେଉଥିବା ବେଳେ ବାକି ୧୦ ମାସ ନାଳ ଶୁଖିଲା ରହୁଛି। ପୂର୍ବରୁ ବର୍ଷସାରା ନାଳରେ ପାଣିସ୍ରୋତ ଚାଲିଥିଲା। ଗତ କିଛିବର୍ଷ ହେଲା ଜଳଧାରା ବନ୍ଦ ହୋଇଯାଇଛି। ନାଳରୁ ମାଫିଆମାନେ ବର୍ଷସାରା ବାଲି ଓ ମାଟି ଚାଲାଣ କରୁଛନ୍ତି। ଯାହା ଫଳରେ ନାଳର କିଛି ଅଞ୍ଚଳ ଖାଲୁଆ ହୋଇ ହ୍ରଦ ସୃଷ୍ଟି ହେଲାଣି। ନାଳରେ ମାଟି ଭର୍ତ୍ତି ହେବା ଦ୍ବାରା ବିଭିନ୍ନ ପ୍ରକାର ଗଛଲତା, ଅନାବନା ଗଛ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳୁଛି। ନାଳ ବର୍ତ୍ତମାନ  ସତ୍ତା ହରାଇବାକୁ ବସିଲାଣି। ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଡେମ୍ପାନାଳର ପୁନରୁଉଦ୍ଧାର ଜରୁରି ହୋଇପଡ଼ିଛି। ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମହଲରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe