ମହାକାଳପଡ଼ାରେ ନିର୍ମାଣ ହେବ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ବନ୍ଦର

ମହାକାଳପଡ଼ାରେ ନିର୍ମାଣ ହେବ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ବନ୍ଦର

ଭୁବନେଶ୍ୱର/କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ବନ୍ଦର ନିର୍ମାଣ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକରେ ଶନିବାର ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାଇ ରାଜ୍ୟ ସରକାରଙ୍କ ସ୍ୱପ୍ନର ପ୍ରକଳ୍ପର ନିର୍ମାଣ ୨ଟି ପର୍ଯ୍ୟାୟରେ ଶେଷ କରାଯିବ। ନିର୍ମାଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ନଦୀଭିତ୍ତିକ ବନ୍ଦର ମାଧ୍ୟମରେ ବାର୍ଷିକ ୧୮.୪୩ ମିଲିୟନ ଟନ୍‌ ପଣ୍ୟ କାରବାର ଲକ୍ଷ୍ୟ ରଖାଯାଇଛି।

ସେହିଭଳି ୨ୟ ପର୍ଯ୍ୟାୟରେ ୪୫.୮୮ ମିଲିଅନ ଟନ୍‌ ପଣ୍ୟ କାରବାର ଲକ୍ଷ୍ୟ ରଖାଯାଇଛି। ବନ୍ଦର ପ୍ରତିଷ୍ଠା ହେଲେ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ନିଯୁକ୍ତି ସୃଷ୍ଟି ହେବ। ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୫ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି।

ପାରଦ୍ୱୀପ ବନ୍ଦରର ଅପରପାର୍ଶ୍ୱରେ ଥବା ମହାନଦୀର ରାମନଗର ନିକଟରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ନିର୍ମାଣ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ୨ରୁ ୩ ବର୍ଷ ପୂର୍ବରୁ ଏଠାରେ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ସର୍ଭେ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣ ହେଲେ ମହାନଦୀ ଦେଇ କଟକ ଆଡ଼କୁ ଓ ପାରାଦୀପ ବନ୍ଦରକୁ ସହଜରେ ପଣ୍ୟ କାରବାର ହୋଇପାରିବ ଓ ଓଡ଼ିଶାର ବିକାଶ ଦିଗରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe