ସାଳନ୍ଦୀ ଗର୍ଭକୁ ଚାଲିଗଲା ୫୦ ଫୁଟ୍‌ର ନଦୀବନ୍ଧ, ଆତଙ୍କିତ ଅବସ୍ଥାରେ ନଦୀକୂଳ ଅଞ୍ଚଳବାସୀ

Advertisment
ସାଳନ୍ଦୀ ଗର୍ଭକୁ ଚାଲିଗଲା ୫୦ ଫୁଟ୍‌ର ନଦୀବନ୍ଧ, ଆତଙ୍କିତ ଅବସ୍ଥାରେ ନଦୀକୂଳ ଅଞ୍ଚଳବାସୀ

ଆରଡ଼ି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁ ନିକଟରେ ପ୍ରାୟ ୫୦ ଫୁଟ୍‌ ଲମ୍ବର ନଦୀବନ୍ଧ ସାଳନ୍ଦୀ ନଦୀ ଭିତରକୁ ଧସିଯାଇଛି।

ରବିବାର ସକାଳେ ଗାଁ ଲୋକେ ନଦୀକୂଳକୁ ଆସିଥିବାବେଳେ ବିଶାଳ ମାଟିବନ୍ଧ ସାଳନ୍ଦୀ ଭିତରକୁ ଧସିଯାଇଥିବା ଓ ନଦୀବନ୍ଧରେ ପଡ଼ିଥିବା ବଡ଼ ବଡ଼ ପଥର ନଦୀଗର୍ଭକୁ ଚାଲିଯାଇଥିବା ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ହେଲା ସାଳନ୍ଦୀ ନଦୀବନ୍ଧରୁ ଆଜି ନୁହେଁ; ବାରମ୍ବାର ମାଟି ଅତଡ଼ା ଧସୁଛି। ଗାଁ ପ୍ରତି ବିପଦ ଘନଉଥିଲେ ମଧ୍ୟ ଜଳସମ୍ପଦ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। କେବଳ କାମଚଳା ଭାବେ କିଛି ପଥର ପକାଇ କାମ ସାରୁଛି। ନଦୀବନ୍ଧ‌ରେ ସିମେଣ୍ଟ ମିଶ୍ରିତ ପଥର ପ୍ୟାକିଂ କରିବାକୁ ଗ୍ରାମବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଶୁଣୁନଥିବା ଶୀତଳପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ କିଶୋର ଦାସ କହିଛନ୍ତି, ନଦୀବନ୍ଧରେ ବର୍ତ୍ତମାନ ପଥର ପକା କାମ ଚାଲିଛି। ଯେଉଁ ସ୍ଥାନରେ ପଥର ତଳକୁ ପଳାଇଛି, ସେଠାରେ ପୁଣିଥରେ ପଥର ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe