ନଦୀବନ୍ଧ ମାସେ ଗଲାନି, କ˚କ୍ରିଟ୍‌ କାନ୍ଥ ଫାଟି ଆଁ, ସିମେଣ୍ଟ ବୋଳି ଲୁଚାଇବାକୁ ଉଦ୍ୟମ

Advertisment
ନଦୀବନ୍ଧ ମାସେ ଗଲାନି, କ˚କ୍ରିଟ୍‌ କାନ୍ଥ ଫାଟି ଆଁ, ସିମେଣ୍ଟ ବୋଳି ଲୁଚାଇବାକୁ ଉଦ୍ୟମ

କେନ୍ଦ୍ରାପଡ଼ା : କାମ ସରିବାର ମାତ୍ର ବର୍ଷକ ମଧୢରେ ୬କୋଟିର ଡେରାବିଶ ବେଣୀପୁର ଘେରିବ˚ଧ ଭା˚ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। କେନ୍ଦ୍ରାପଡ଼ା ଜଳସ˚ପଦ ବିଭାଗର ବିଭାଗୀୟ କର୍ତୃପକ୍ଷ ଘଟଣାକୁ ମିଳିମିଶି ଚାପି ଦେବାକୁ ଜୋରସୋର‌୍‌ ଉଦ୍ୟମ ଚଳାଇଥିବାବେଳେ ଏବେ ଆଉ ଏକ ଅତ୍ୟନ୍ତ ନିମ୍ନମାନର କାମ ସାମ୍ନାକୁ ଆସିଛି। ନିର୍ମାଣକୁ ମାସେ ପୂରିନି, ନଦୀବ˚ଧ କ˚କ୍ରିଟ୍‌ କାନ୍ଥ(ଗାର୍ଡ ଵାଲ୍‌) ଦବିଯିବା ସହ ଫାଟି ଆଁ କରିଛି। ଡେରାବିଶ ବ୍ଲକ୍‌ ଇନ୍ଦାଳୋ ପ˚ଚାୟତର ପୁରୁଷୋତ୍ତମ ଗାଁରେ ଏଭଳି ଉପରଠାଉରିଆ ର.. ଠ... କାମ ଦେଖିବାକୁ ମିଳିଛି।

ଲୁଣା-କରାଣ୍ତିଆ ଦ୍ବୀପାଞ୍ଚଳରେ ପୁରୁଷୋତ୍ତମପୁର ଗାଁ ଅବସ୍ଥିତ। ଗୋଟିଏପଟେ ମହାନଦୀର ଶାଖା ଲୁଣା ନଦୀ ବହି ଯାଇଥିବା ବେଳେ ଅନ୍ୟପଟେ କରାଣ୍ତିଆ ପ୍ରବାହିତ। ମଝିରେ ପୁରୁଷୋତ୍ତମପୁର ଗାଁ ଥିବାରୁ ସୁରକ୍ଷା ପାଇଁ କରାଣ୍ତିଆ ନଦୀବ˚ଧ ସୁଦୃଢ଼ୀକରଣ ପାଇଁ କ˚କ୍ରିଟ୍‌ କାନ୍ଥ, ପଥର ପ୍ୟାକି˚ କାମ କରାଯାଇଥିଲା। ମୋଟ୍‌ ୨୦ଲକ୍ଷ ଟଙ୍କା ବ୍ୟୟରେ ଗାଁରେ ହୋଇଥିବା ଏହି କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ୪୦ମିଟର‌୍‌ କ˚କ୍ରିଟ୍‌ କାନ୍ଥ, ୮୪ମିଟର‌୍‌ କେନାଲ୍‌ କାମ ସହ ପଥର ପ୍ୟାକି˚ କାମ ହୋଇଛି। କ˚କ୍ରିଟ୍‌ ଢଳେଇ ସରିଯାଇଥିଲେ ବି କାମ ଏତେ ନିମ୍ନମାନର ହୋଇଛି ଯେ ଗୋଟିଏ ପାର୍ଶ୍ବର ୧୫ମିଟର‌୍‌ର କିଛି ଅ˚ଶ ଦବିଯିବା ସହ ଫାଟିଯାଇଛି। କେବଳ ସେତିକି ନୁହେଁ, ଯେଉଁ ପଥର ପ୍ୟାକି˚ ହୋଇଛି, ତାହା ବି ଖସିପଡ଼ିଛି। ତଳ ମଜବୁତ୍‌ କରାନଯାଇ ଉପରଠାଉରିଆ ଭାବେ କମ୍‌ ଭାଗରେ ଢଳେଇ କାମ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଗାଁର ଅଲେଖ ମହାନ୍ତି, ଅଜୟ ମହାନ୍ତି, ଶିଶିର ମହାନ୍ତି, ସୁଦାମ ମହାନ୍ତି, ରମାକାନ୍ତ ମହାନ୍ତି ପ୍ରମୁଖ ଆଶଙ୍କା ପ୍ରକଟ କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କ ପାଖେ ଘଟଣାର ତଦନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ କନିଷ୍ଠ ଯନ୍ତ୍ରୀ ମନୋର˚ଜନ ମହାନ୍ତି କ˚କ୍ରିଟ୍‌ କାନ୍ଥ ଦବିବା ସହ ଫାଟିଯିବା କଥାକୁ ସ୍ବୀକାର କରିଛନ୍ତି। କହିଛନ୍ତି, କାମ ଏଯାଏ ସରିନାହିଁ। ଆହୁରି ବାକି ଅଛି। ଯେଉଁ ଜାଗା ଫାଟିଛି, ତାକୁ ପୁଣି ଥରେ ତଡ଼ାଯାଇ କାମ ହେବ। ଠିକାଦାରଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe