ଯାଜପୁର : ନିର୍ମାଣ ପୂର୍ବରୁ ଧୋଇଗଲା ୧୩ କୋଟିର ନଦୀବନ୍ଧ, ୨ହଜାର ପରିବାର ପାଣି ଘେରରେ 

Advertisment

୫ହଜାର ହେକ୍ଟର ଜମିରେ ବନ୍ୟା ପାଣିରେ ବୁଡ଼ିଛି 

୫ହଜାର ହେକ୍ଟର ଜମିରେ ବନ୍ୟା ପାଣିରେ ବୁଡ଼ିଛି 

ଯାଜପୁର : ନିର୍ମାଣ ପୂର୍ବରୁ ଧୋଇଗଲା ୧୩ କୋଟିର ନଦୀବନ୍ଧ, ୨ହଜାର ପରିବାର ପାଣି ଘେରରେ 

ଯାଜପୁର/ବିଂଝାରପୁର : ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ଏକ ସମୟରେ ୩୦ଟି ଘାଇ ହେବା ଘଟଣା ବୁଦ୍ଧିଜୀବୀଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଲକ୍ଷଲକ୍ଷ ଜିଲ୍ଲାବାସୀଙ୍କ ଜୀବନ ଏବେ ବିପନ୍ନ। ଜିଲ୍ଲାର ଦୁଇଟି ଜଳସେଚନ ଡିଭିଜନ ଜରିଆରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିମ୍ନମାନର କାମ ଘାଇ ସୃଷ୍ଟି ହେବାର ମୁଖ୍ୟକାରଣ ବୋଲି ବିପନ୍ନ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ନମୁନା ବିଂଝାରପୁର ବ୍ଲକ୍ ମଲ୍ଲିପୁରଠାରେ ଦୁଇ ଦୁଇଟି ଘାଇରୁ ସୁସ୍ପଷ୍ଟ। ଖରସ୍ରୋତର ମଲ୍ଲିପୁରଠାରେ ହୋଇଥିବା ଏହି ୨ଟି ଘାଇ ଫଳରେ ୨ହଜାର ପରିବାର ଏବେ ପାଣି‌ ଘେରରେ। ହଜାର ହଜାର ହେକ୍ଟର ଜମିର ଫସଲ ବୁଡ଼ିଯାଇଛି। ଏହି ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୧୩କୋଟି ୪୫ହଜାର ଟଙ୍କା ବ୍ୟୟ ବରାଦରେ ୨ବର୍ଷ ହେଲା କାମ ଚାଲିଛି। ମାଟି ବଦଳରେ ବାଲିରେ ନିମ୍ନମାନର କାମହେଉଥିବାର ତଥ୍ୟଭିତ୍ତିକ ଖବର ‘ସମ୍ବାଦ’ରେ ପୂର୍ବରୁ ପ୍ରକାଶ ପାଇବା ସତ୍ତ୍ବେ ପ୍ରଭାବଶାଳୀ ଗୋଷ୍ଠୀ ଚାପରେ ବିଭାଗୀୟ ଅଧିକାରୀ ନିରବ ସମର୍ଥନ ଦେଇଥିଲେ। ଆଜିର ଏହି ଭୟଙ୍କର ସ୍ଥିତି ପାଇଁ ଏହି ଅସାଧୁମେଣ୍ଟ ଦାୟୀ ବୋଲି ବିପନ୍ନ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।

ବରୀ ବ୍ଲକ୍ ଭଅଁରା ପଞ୍ଚାୟତର ବରିଲୋଠାରୁ ବିଂଝାରପୁର ବ୍ଲକ୍ ଚନ୍ଦ୍ରମୁଁ ପଞ୍ଚାୟତର ମଲ୍ଲିପୁର ପର୍ଯ୍ୟନ୍ତ ଖରସ୍ରୋତା ନଦୀବନ୍ଧ ପାଇଁ ଯାଜପୁର ଜଳସେଚନ ଡିଭିଜନ ପକ୍ଷରୁ ୨ବର୍ଷ ହେଲା ୧୩ କୋଟି ୪୫ହଜାର ଟଙ୍କାର ନିର୍ମାଣ କାମ ଚାଲିଥିଲା। ନିମ୍ନମାନର ନଦୀବନ୍ଧ ନିର୍ମାଣ ଯୋଗୁଁ ବନ୍ୟା ପୂର୍ବରୁ ଶତାଧିକ ସ୍ଥାନରେ ମାଟି ଧୋଇ ନେଇ ବଡ଼ବଡ଼ ଗହ୍ବର ସୃଷ୍ଟି ହୋଇଥିଲା। ଅନେକ ଜାଗାରେ ପଥର ପ୍ୟାକିଂ ମଧ୍ୟ ଧସି ଯାଇଥିଲା। ନଦୀବନ୍ଧର ନିର୍ମାଣ କାର୍ଯ୍ୟ ଠିକାଦାର ଜଣେ ନେଇଥିଲେ ହେଁ ୪ ଜଣ ସବଲେଟ୍ ଠିକାଦାରଙ୍କ ମାଧ୍ୟମରେ କାମ ହେଉଥିଲା। ବନ୍ଧ ନିର୍ମାଣ ପାଇଁ ଆବଶ୍ୟକ ମାଟି ୫ କିଲୋମିଟର ଦୂରରୁ ଅଣାଯାଇ କାର୍ଯ୍ୟ କରିବାକୁ ଏଷ୍ଟିମେଟରେ ଦର୍ଶାଯାଇ ଅର୍ଥ ମଞ୍ଜୁର ହୋଇଛି। ତାହା କରାନଯାଇ ବନ୍ଧ ନିକଟରୁ ନଦୀବାଲିରେ ଏହି କାର୍ଯ୍ୟ କରାଯାଇଥିଲା। ସାଇଡ୍‌ ପ୍ରୋଟେକ୍ସନ ୱାଲ ନଥିବାରୁ ବର୍ଷା ଯୋଗୁଁ ବନ୍ଧରାସ୍ତା ସଂପୂର୍ଣ୍ଣ ଧୋଇଯାଇଥିଲା। ଏବେ ମଲ୍ଲିପୁରଠାରେ ୨ଟି ସ୍ଥାନରେ ୧୫୦ଫୁଟ ଓ ଅନ୍ୟଟି ୧୦୦ ଫୁଟ ଘାଇ ହୋଇଛି। ଫଳରେ ବିଂଝାରପୁର ବ୍ଲକର ଚନ୍ଦ୍ରମୁଁ ଓ ରଣପୁର ପଞ୍ଚାୟତର ମଲ୍ଲିପୁର, ରଣପୁର, ବାଣପୁର, ରାଉତରାୟ, ଚନ୍ଦ୍ରମୁଁ, କଣ୍ଟିପୁର ଜଗନ୍ନାଥପୁର ର ପ୍ରାୟ ୨ହଜାର ପରିବାର ପାଣି ଘେରରେ ଅଛନ୍ତି। ବନ୍ୟା ପୂର୍ବରୁ ଭଅଁରା ଗ୍ରାମର ପ୍ରସନ୍ନ କୁମାର ଜେନା, ନିର୍ମଳଚନ୍ଦ୍ର ଓଝା, ପରମେଶ୍ଵର ଓଝା, ଅନନ୍ଦଚନ୍ଦ୍ର ଜେନା ବୋଦୁଅ ଗ୍ରାମର ଧରଣିଧର ଧଳ, ରାମଚନ୍ଦ୍ର ଜେନା, ଇନ୍ଦ୍ରଜିତ୍ ଧଳ, ଭରତ ଚନ୍ଦ୍ର ମଲିକ ପ୍ରମୁଖ ନିମ୍ନମାନ କାମ ପାଇଁ ବନ୍ୟା ଆଶଙ୍କା କରିଥିଲେ। ଯାହାକି ଏବେ ଗ୍ରାମବାସୀଙ୍କ ଆଶାଙ୍କ ସତ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe