ନଦୀ ସୁରକ୍ଷାକୁ ଅଣଦେଖା: ୭ ଶହ କିଲୋମିଟରରେ ନାହିଁ ଆଡ଼ିବନ୍ଧ

ବଲାଙ୍ଗୀର ଜିଲ୍ଲାରେ ନଦୀନାଳଗୁଡ଼ିକ ଏବେ ଅସୁରକ୍ଷିତ ସ୍ଥିତିରେ। ତେଲ, ସୁକ୍‌ତେଲ୍‌, ଅଙ୍ଗ, ଲାନ୍ଥ, ସୋନଗଡ଼ ସମେତ ଅନ୍ୟ ନଦୀନାଳରେ ବ୍ୟାପକ ଭାବେ ବେଆଇନ ଭାବେ ବାଲି ଖନନ ଚାଲିଛି।

gjgjgjgj

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ନଦୀନାଳଗୁଡ଼ିକ ଏବେ ଅସୁରକ୍ଷିତ ସ୍ଥିତିରେ। ତେଲ, ସୁକ୍‌ତେଲ୍‌, ଅଙ୍ଗ, ଲାନ୍ଥ, ସୋନଗଡ଼ ସମେତ ଅନ୍ୟ ନଦୀନାଳରେ ବ୍ୟାପକ ଭାବେ ବେଆଇନ ଭାବେ ବାଲି ଖନନ ଚାଲିଛି। ବିନା ଅନୁମତିରେ ମନଇଚ୍ଛା ଖନନ ଯୋଗୁଁ ନଦୀଗୁଡ଼ିକର ହିଡ଼ ଭୁଶୁଡ଼ି ପଡ଼ୁଛି। ପୋଲର ୨ଶହ ମିଟର ଦୂରତା ଭିତରେ ବାଲି ଖନନର ନିୟମ ନାହିଁ। ପ୍ରମୁଖ ନଦୀଗୁଡ଼ିକର ପୋଲ ତଳୁ ବି ବାଲି ଉତ୍ତୋଳନ ଚାଲିଥିବା ପରିଲକ୍ଷିତ ହେଉଛି। ଫଳରେ ନଦୀଗୁଡ଼ିକର ଗତିପଥ ବଦଳିବା ଆଶଙ୍କା ରହିଛି। 

ଜିଲ୍ଲାରେ ନଦୀକୂଳ ଅବକ୍ଷୟ ହେବାରେ ଲାଗିଛି। କୌଣସି ସ୍ଥାନରେ ଅବକ୍ଷୟ ରୋକିବାକୁ ବନୀକରଣ ନାହିଁ। ବରଂ ନଦୀକୂଳରେ ଥିବା କ୍ଷୁଦ୍ର ଜଙ୍ଗଲ କାଟି ପଦା କରିଦିଆଯାଉଛି। ନଦୀକୂଳରୁ ବାରମ୍ବାର ମାଟି ଅତଡ଼ା ଖସୁଥିବାରୁ କିଛି ବର୍ଷ ପରେ ଗତିପଥ ବଦଳିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଅନ୍ୟପକ୍ଷରେ, ନଦୀନାଳଗୁଡ଼ିକର ହିଡ଼କୁ ସୁରକ୍ଷା ଦେବା ପାଇଁ ଆଡ଼ିବନ୍ଧ ଯୋଜନା ଠିକ୍‌ ଭାବେ ଆଗେଇ ନାହିଁ। ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ୧୬ଟି ନଦୀନାଳ ଚିହ୍ନଟ କରାଯାଇଛି। ଏଥିରୁ ନଦୀନାଳଗୁଡ଼ିକର ଉଭୟ ପାର୍ଶ୍ବରେ ୮୮୮ କିଲୋମିଟର ଆଡ଼ିବନ୍ଧ କରିବାକୁ ଯୋଜନା ରହିଛି। କିନ୍ତୁ ବର୍ତ୍ତମାନ ଯାଏଁ ମାତ୍ର ୧୮୦ କିଲୋମିଟର ଆଡ଼ିବନ୍ଧ ସମ୍ପୂର୍ଣ୍ଣ ହୋଇଛି।

 ଅର୍ଥାତ ୭୦୭ କିଲୋମିଟର ଆଡ଼ିବନ୍ଧ କାମ ଆରମ୍ଭ ହୋଇନାହିଁ କିମ୍ବା ସମ୍ପୂର୍ଣ୍ଣ ହୋଇନାହିଁ। ଯାହାଦ୍ବାରା ନଦୀନାଳଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ରହିଛି। ବର୍ତ୍ତମାନ ନଦୀନାଳଗୁଡ଼ିକରେ ନିରନ୍ତର ମାଟି ଅତଡ଼ା ଖସୁଛି। ଜିଲ୍ଲାରେ ବଡ଼ ନଦୀର ସ୍ଥିତି ସାଂଘାତିକ। ସୁକ୍‌ତେଲ୍‌ ନଦୀରେ ୩୮କିଲୋମିଟର, ଅଙ୍ଗ ନଦୀରେ ୪୮ କିଲୋମିଟର, ତେଲରେ ୫୭, ସୋନଗଡ଼ରେ ୬୩, ଲାନ୍ଥ ନଦୀରେ ସର୍ବାଧିକ ୧୦୦ କିଲୋମିଟର, ମାୟାବତୀରେ ୫୦ କିଲୋମିଟର ଆଡ଼ିବନ୍ଧ ତିଆରି କାମ ବାକି ରହିଛି। ଅନ୍ୟପକ୍ଷରେ, ଯେଉଁ କିଛି ସ୍ଥାନରେ ଆଡ଼ିବନ୍ଧ ତିଆରି ହୋଇଛି, ସେଥିରେ ବଡ଼ଧରଣର ଦୁର୍ନୀତି ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe