୨୨ଦିନରେ ୭୧ଟି ସ୍ଥାନରେ ନଦୀ ସଫେଇ ହେବ

Advertisment

ନଦୀ ସୁରକ୍ଷା ସମିତିର ପ୍ରଥମ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତା ବୈଠକରେ ନିଷ୍ପତ୍ତି

ନଦୀ ସୁରକ୍ଷା ସମିତିର ପ୍ରଥମ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତା ବୈଠକରେ ନିଷ୍ପତ୍ତି

୨୨ଦିନରେ ୭୧ଟି ସ୍ଥାନରେ ନଦୀ ସଫେଇ ହେବ

ଭୁବନେଶ୍ୱର : ବିଜେପିର ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ)ର ଆଜି ପ୍ରଥମ ରାଜ୍ୟ କର୍ମକର୍ତା ବୈଠକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଥିବାରୁ ଏହି ଦିନରୁ ନଦୀ ସୁରକ୍ଷା ସମିତିର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବ। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ୨୨ ଦିନ ଧରି ୭୧ଟି ଜାଗାରେ ନଦୀଗୁଡିକୁ ସଫାସୁତୁରା କରାଯିବ ସହ ନଦୀର ଆଳତୀ ଓ ବନ୍ଦନା କରାଯିବ।

ଭୁବନେଶ୍ୱରର ବିନ୍ଦୁସାଗର ଓ ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମଧ୍ୟ ବିଶେଷ ଆଳତୀ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନମାମୀ ଗଙ୍ଗେ ସମିତି ତରଫରୁ ବନ୍ଦାପନା ହେବ। ରାଜ୍ୟରେ ଯେପରି ନଦୀକୁ ପ୍ରଦୂଷିତ କରାଯାଉଛି ତାହାକୁ ପ୍ରତିବାଦ କରି ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ବାଲି ହରିଲୁଟ୍‌ ବିରୁଦ୍ଧରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। କମ୍ପାନିମାନେ ଯେଉଁଭଳି ନଦୀର ପାଣିକୁ ଦୁରୁପଯୋଗ କରୁଛନ୍ତି, ତା’ର ପ୍ରତିବାଦରେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଏହି ବୈଠକରେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି, ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା, ଗବେଷକ ଅନିଲ ଧୀର୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe