ଆର୍‌ଏମ୍‌ସି ସ୍ୱାସ୍ଥ୍ୟ କର୍ମଚାରୀ ନିଲମ୍ବିତ, ଚାରି ଦିନ ପୂର୍ବରୁ ହୋଇଥିଲେ ଗିରଫ

Advertisment
ଆର୍‌ଏମ୍‌ସି ସ୍ୱାସ୍ଥ୍ୟ କର୍ମଚାରୀ ନିଲମ୍ବିତ, ଚାରି ଦିନ ପୂର୍ବରୁ ହୋଇଥିଲେ ଗିରଫ

ରାଉରକେଲା: ଚାକିରି ଦେବା ନାଁରେ ଜଣେ ଯୁବତୀଙ୍କୁ ଘରେ କରିଥିବା ଅଫିସକୁ ଡାକି ଅସଦାଚରଣ କରିବା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଗତ ଚାରି ଦିନ ତଳେ ଗିରଫ କର୍ମଚାରୀ ଇନ୍ଦ୍ରମଣି ସାମଲ (ବାବୁଲି)ଙ୍କୁ ଆଜି ଚାକିରିରୁ ନିଲମ୍ବନ କରାଯାଇଛି। ସୁନ୍ଦରଗଡ଼ ସିଡିଏମଓ ଡାକ୍ତର ସରୋଜ ମିଶ୍ର ଇନ୍ଦ୍ରମଣିଙ୍କୁ ନିଲମ୍ବନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ଇନ୍ଦ୍ରମଣି ରହୁଥିବା ପାନପୋଷ ବସ୍ତିରେ ଅଫିସ ଖୋଲିଛନ୍ତି। ସେଠାରେ ସେ ଲୋକଙ୍କର ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର କରି ମୋଟା ଅଙ୍କର ଅର୍ଥ ନେଉଥିଲେ। ଗତ ସପ୍ତାହ ତଳେ ବାଲୁଘାଟର ଜଣେ ଯୁବତୀଙ୍କ ମା’ ଇନ୍ଦ୍ରମଣି ସାମଲଙ୍କ ଅଫିସରେ ପହଂଚିଥିଲେ। ଝିଅକୁ ଚାକିରି ଦେବାକୁ ସାମଲଙ୍କୁ କହିଥିଲେ। ସାମଲ ଝିଅକୁ ଅଫିସକୁ ପଠାଇବାକୁ ଯୁବତୀଙ୍କ ମା’ଙ୍କୁ କହିଥିଲେ। ପର ଦିନ ଯୁବତୀ ଜଣକ ଅଫିସରେ ପହଞ୍ଚିଥିଲେ। ସାମଲ ଯୁବତୀଙ୍କୁ ଚାକିରି ଦେବା ପରେ ସଫେଇ କାମ ଦେଖିବାକୁ କହିଥିଲେ। ଚାକିରି କରିବାର ଦିନକ ପରେ ଅଫିସକୁ ଡାକି ଅସଦାଚରଣ କରିଥିଲେ। ଯୁବତୀ ଏ ସଂକ୍ରାନ୍ତରେ ରଘୁନାଥପାଲୀ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଗତ ୩୧ରେ ସାମଲଙ୍କୁ ଗିରଫ କରି ଜେଲ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe