RMC on alert for Durga Puja: Health department visits bakery factory
ରାଉରକେଲା: ଆଗକୁ ଦୁର୍ଗାପୂଜା। ବିଭିନ୍ନ ପାଉଁରୁଟି( ବେକେରି ) କାରଖାନାରେ ପ୍ରସ୍ତୁତି ହେଉଥିବା ଖାଦ୍ୟ ସାମଗ୍ରୀର ମାନକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଚିନ୍ତା ବୃଦ୍ଧି ପାଇଛି। ରାଉରକେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ସହରବାସୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସ୍ଥାନୀୟ ବେକେରୀ ଉତ୍ପାଦନ ୟୁନିଟ୍ ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛି।
ଯାଞ୍ଚ୍ ସମୟରେ, ସୁରକ୍ଷା ମାନଦଣ୍ଡ ସହିତ ଅନୁପାଳନ ଯାଞ୍ଚ୍ କରିବା ପାଇଁ ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଗୁଣାତ୍ମକ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଥିଲା।
ବେକେରୀ ୟୁନିଟ୍ ଗୁଡ଼ିକୁ ଲେବଲିଂ ନିୟମ ଯଥା, ଉପାଦାନର ସଠିକ୍ ଉଲ୍ଲେଖ, ଉତ୍ପାଦନ ପ୍ରସ୍ତୁତି ଏବଂ ଖାଇବାର ଶେଷ ତାରିଖ ତଥା ସେଥିରେ ଥିବା ପୁଷ୍ଟିକର ପୋଷକ ତତ୍ତ୍ବର ବିବରଣୀ ତଥ୍ୟ ପ୍ରଦାନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହା ସହିତ, ପରିଷ୍କାର ପରିଚ୍ଛନ୍ନତା ଏବଂ ମାନକ ଅଭାବ ଥିବା ୟୁନିଟ୍ ଗୁଡ଼ିକୁ ନୋଟିସ୍ ଜାରି କରାଯାଇଥିଲା। ରାଉରକେଲାବାସୀଙ୍କ ପାଇଁ ନିରାପଦ, ପରିଷ୍କାର ଏବଂ ଗୁଣାତ୍ମକ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଆରଏମସି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।
ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଉଲ୍ଲଂଘନ ହେଉଥିବା ଯେକୌଣସି ଘଟଣା ସମ୍ପର୍କରେ ରିପୋର୍ଟ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
Follow Us