ଅତ୍ୟାଧୁନିକ ‘କୋଭାସ୍-୬୮୦୦’ ମେସିନ୍ କରିବ କମାଲ, ଆରଏମଆରସିର ସ୍ୱାବ ଟେଷ୍ଟିଂ କ୍ଷମତା ତିନିଗୁଣ ହେବ

Advertisment

ଭାରତରେ ଅଛି ସମୁଦାୟ ୨ଟି ‘କୋଭାସ୍-୬୮୦୦’ ମେସିନ୍

ଭାରତରେ ଅଛି ସମୁଦାୟ ୨ଟି ‘କୋଭାସ୍-୬୮୦୦’ ମେସିନ୍

ଅତ୍ୟାଧୁନିକ ‘କୋଭାସ୍-୬୮୦୦’ ମେସିନ୍ କରିବ କମାଲ, ଆରଏମଆରସିର ସ୍ୱାବ ଟେଷ୍ଟିଂ କ୍ଷମତା ତିନିଗୁଣ ହେବ

ଭୁବନେଶ୍ୱର: କରୋନ ଭୂତାଣୁ ପାଇଁ ହେଉଥିବା ସ୍ୱାବ ଟେଷ୍ଟିଂ କ୍ଷେତ୍ରରେ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆରଏମଆରସି ଖୁୁବ୍ ଶୀଘ୍ର ଏହାର କ୍ଷମତା ତିନିଗୁଣ କରିବ ବୋଲି ଆଜି ସୂଚନା ଦେଇଛନ୍ତି ଏହାର ନିର୍ଦେଶିକା ଡ଼. ସଂଘମିତ୍ରା ପତି । ବର୍ତ୍ତମାନ ସେଠାରେ ଦୈନିକ ୩୫୦ଟି ନମୁନା ପରୀକ୍ଷା କରାଯାଉଥିବା ବେଳେ ଏବେ ୧୦୦୦ରୁ ଅଧିକ ନମୁନା ପରୀକ୍ଷା କରାଯାଇ ପାରିବ । ଆରଏମଆରସି ଭୁବନେଶ୍ୱରରେ ସ୍ଥାପିତ ହୋଇଥିବା ଅତ୍ୟାଧୁନିକ କୋଭାସ୍-୬୮୦୦ ମେସିନ ଦ୍ୱାରା ଏହା ସମ୍ଭବ ହୋଇ ପାରିବ । ଏହି କୋଭାସ୍-୬୮୦୦ ମେସିନ ଦେଶର ଦୁଇଟି ସ୍ଥାନରେ ରହିଛି । ସେଥି ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ ।

publive-image Dr.Sanghamitra Pati

ଆଜି ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳୀରେ ଯୋଗ ଦେଇ ଆରଏମଆରସି ନିର୍ଦେଶିକା ଡ଼. ସଂଘମିତ୍ରା ପତି କହିଛନ୍ତି ଯେ, କରୋନା ଭୁତାଣୁକୁ ଚିହ୍ନଟ କରିବା ପ୍ରକ୍ରିୟା ଅତ୍ୟନ୍ତ ଜଟୀଳ। ସ୍ୱାବ ନମୁନା ଲାବୋରେଟୋରିକୁ ଆସିବା ପରେ ଅତିକମରେ ପରୀକ୍ଷା ଲାଗି ୧୦ଘଣ୍ଟା ସମୟ ଆବଶ୍ୟକ କରିଥାଏ । ଯଦି କୌଣସି ନମୁନା ପଜିଟିଭ ବାହାରେ ତେବେ ତାହାକୁ ପୁଣି ଥରେ ଦୁଇ ଘଣ୍ଟା ଲାଗି ପରୀକ୍ଷା କରାଯାଇଥାଏ । ଅନ୍ୟପକ୍ଷରେ ଏହି ପରୀକ୍ଷା କରୁଥିବା ଡାକ୍ତରମାନେ ଅତ୍ୟନ୍ତ ସୁରକ୍ଷିତ ଭାବେ ଏହା କରିଥାନ୍ତି । ଯେହେତୁ କରୋନା ଭାଇରସ ଅତ୍ୟନ୍ତ ସଂକ୍ରମଣଶୀଳ, ତେଣୁ ପ୍ରତି ନମୁନାକୁ ଏକ ତ୍ରିସ୍ତରୀୟ ପ୍ୟାକେଜ୍ ଭିତରେ ରଖାଯାଏ । ପରେ ଏହାକୁ ନିଷ୍କ୍ରିୟ କରାଯିବା ପରେ ହିଁ ପରୀକ୍ଷା କରାଯାଏ । ଏଥିପାଇଁ ଆଇସିଏମଆରର ସୁରକ୍ଷା ଗାଇଡଲାଇନ୍ ଅନୁସରଣ କରାଯାଏ ।

ସେ ଆହୁରି କହିଛନ୍ତି ଯେ  ଆରଏମଆରସିର ସମସ୍ତ କର୍ମଚାରୀ ବିଏସଏଲ-୩ ପ୍ଲସ ସୁରକ୍ଷା ବ୍ୟବସ୍ଥା ଭିତରେ କାର୍ଯ୍ୟ କରିଥାନ୍ତି । ସମସ୍ତେ ପିପିଇ କିଟ୍ ପିନ୍ଧି ପରୀକ୍ଷଣ କରିଥାନ୍ତି ।
ଉଲ୍ଲଖ୍ୟଯୋଗ୍ୟ କି, ୧୯୮୧ମସିହାରୁ ଭୁବନେଶ୍ୱରରେ କାର୍ଯ୍ୟ କରି ଆସୁଥିବା ଆରଏମଆରସି ବିଭିନ୍ନ ପ୍ରକାରର ପରୀକ୍ଷଣ ଲାଗି ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ । ବର୍ତ୍ତମାନ ଏଠାରେ ୩ଟି ମେସିନରେ ୨୪ଘଣ୍ଟା ଧରି ସ୍ୱାବ ନମୁନା ପରୀକ୍ଷା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe