ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଅଗ୍ନିକାଣ୍ଡରେ ଫସିଥିବା ୧୦ ଜଣ ଅଧ୍ୟାପକ ଉଦ୍ଧାର, ନିଆଁକୁ ସଂପୂର୍ଣ୍ଣରୂପେ ଆୟତ୍ତ କରିଲେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ

Advertisment
ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଅଗ୍ନିକାଣ୍ଡରେ ଫସିଥିବା ୧୦ ଜଣ ଅଧ୍ୟାପକ ଉଦ୍ଧାର, ନିଆଁକୁ ସଂପୂର୍ଣ୍ଣରୂପେ ଆୟତ୍ତ କରିଲେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ

ବଲାଙ୍ଗୀର: ବଲାଙ୍ଗୀରରେ ଥିବା ପୁରାତନ ଶିକ୍ଷାନୁଷ୍ଠାନ ତଥା ଏବେକାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ନିଆଁ ଲାଗିଥିବା ଖବର ମିଳିଛି। ସେହି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପ୍ରଶାସନିକ ବିଲ୍ଡିଂରେ ନିଆଁ ଲାଗିଥିବାର ପ୍ରାଥମିକ ସୂଚନା ମିଳିଛି। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ଏବଂ ତାହା ଦ୍ୱାରା କି କ୍ଷତି ହୋଇଛି ସେ ସଂପର୍କରେ ଅଦ୍ୟାବଧି ସବିଶେଷ ସୂଚନା ମିଳିପାରି ନାହିଁ।ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ତେବେ ଯୁକ୍ତ ଦୁଇ ଖାତା ଦେବା ସମୟରେ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଭିତରେ ଫସିଥିବା ୧୦ ଜଣ ଅଧ୍ୟାପକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି ।ଏବେ ବି ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଅଧିକ ଖୋଜାଖୋଜି କରୁଥିବାର ସୂଚନା ମିଳିଛି। ନିଆଁକୁ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ସଂପୂର୍ଣ୍ଣରୂପେ ଆୟତ୍ତ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe