ରାଜ୍ୟରେ ଚଳିତବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ୪.୦୧% ହ୍ରାସ ପାଇଛି : ପରିବହନ ବିଭାଗ

Advertisment
ରାଜ୍ୟରେ ଚଳିତବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ୪.୦୧%  ହ୍ରାସ ପାଇଛି : ପରିବହନ ବିଭାଗ

କଟକ: ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ ପାଇଛି। ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ଓଡ଼ିଶା ର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଜନିତ ମୃତ୍ୟୁ ହାର କମିଛି। ଯଦି ଦେଖିବା ଚଳିତବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ୪.୦୧ ପ୍ରତିଶତ ହ୍ରାସ ପାଇଛି। ରାଜ୍ୟ ପରିବହନ ବିଭାଗ ଅତିରକ୍ତ କମିସନର ଲାଲମୋହନ ସେଠି ଏହା କହିଛନ୍ତି।

ଶ୍ରୀ ସେଠି କହିଛନ୍ତି ଯେ, ଜୁଲାଇ ୨୦୨୧ରେ ୩୯୯ ଜଣଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ବେଳେ ୨୦୨୨ ଜୁଲାଇକୁ ଏହା ୩୮୩କୁ ଖସି ଆସିଛି। ସୂଚନାଯୋଗ୍ୟ ବର୍ଷର ତ୍ରୟମାସିକରେ ରାଜ୍ୟ ଦୁର୍ଘଟଣାରେ ୧୦ ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ୭.୫୫ ପ୍ରତିଶତକୁ ଖସି ଆସିଛି, ଯାହା ରାଜ୍ୟ ପରିବହନ ବିଭାଗ ପାଇଁ ଖୁସି ଖବର। ରାଜ୍ୟରେ ସଡ଼କ ସୁରକ୍ଷା ନିୟମକୁ କଡାକଡି ପାଳନ କରିବାର ଏହା ହେଉଛି ନିଷ୍କର୍ଷ।୨୦୨୧ ରୁ ୨୦୨୨ ମଧ୍ୟରେ ମୋଟ ୨,୪୭,୯୪୫ଟି ଇ-ଚାଲାଣ କଟାଯାଇଛି। କିନ୍ତୁ ଚଳିତ ବର୍ଷ ଅର୍ଥାତ ୨୦୨୨-୨୩ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୨,୮୬,୬୮୨ ଇ-ଚାଲାଣ କଟାଯାଇଛି। ଏହା ଦ୍ୱାରା ସଡ଼କ ଦୁର୍ଘଟଣାଜନିତ ମୃତ୍ୟ ସଂଖ୍ୟା ଉପରେ ହ୍ରାସ ପରିଲକ୍ଷିତ ହୋଇଛି। ଏହି ଦିଗ ଆଗମୀ ଦିନରେ ମଧ୍ୟ ବଳବତ୍ତର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe