ଉତ୍ତରପ୍ରଦେଶରେ ଦୁର୍ଘଟଣା : କେନ୍ଦ୍ରାପଡ଼ାର ୨ ମୃତ

Advertisment
ଉତ୍ତରପ୍ରଦେଶରେ ଦୁର୍ଘଟଣା : କେନ୍ଦ୍ରାପଡ଼ାର ୨ ମୃତ

କେନ୍ଦ୍ରାପଡ଼ା/ଚାନ୍ଦୋଳ : ଉତ୍ତରପ୍ରଦେଶର ବରେଲି ନିକଟରେ ଗତକାଲି ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସେକ୍‌ ସିିରାଜୁଦ୍ଦିନ୍‌(୩୭) ଓ ସେକ୍‌ ରବାନୀ(୫୬)। ରିଆଜୁଦ୍ଦିନଙ୍କ ଘର ଡେରାବିଶ ବ୍ଳକ ପଲେଇ ପଞ୍ଚାୟତ ଅନ୍ତର୍ଗତ ସବଳଙ୍ଗ କଣିପଡ଼ା ଗ୍ରାମରେ। ରବାନୀଙ୍କ ଘର କେନ୍ଦ୍ରାପଡ଼ା ବ୍ଲକ ଖଡ଼ିଅଙ୍ଗରେ।

ପୀର ବାବା ତାଜୁ ସରିଆଙ୍କ ଦେହାନ୍ତ ଯୋଗୁ ସମୂହ ନମାଜ ପାଠ ନିମନ୍ତେ ଦୁହେଁ ଅନ୍ୟମାନଙ୍କ ସହ ଶୁକ୍ରବାର ଉତ୍ତରପ୍ରଦେଶର ବରେଲି ଯାଇଥିଲେ। ସେଠାରୁ କାର୍ଯ୍ୟ ସାରି ଗତକାଲି ରାତିରେ ସିରାଜୁଦ୍ଦିନ ଓ ରବାନୀଙ୍କ ସମେତ ୬ ଜଣ ଏକ କାର୍‌ରେ ବରେଲିରୁ ଦିଲ୍ଲୀ ଫେରୁଥିଲେ। କିଛି ବାଟ ଆସିଥିବା ବେଳେ ଏକ ରଡ଼୍‌ ବୋଝେଇ ଗାଡ଼ି ସହ ସେମାନଙ୍କ କାର୍‌ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସିରାଜୁଦ୍ଦିନ୍‌ ଓ ରବାନୀ ପ୍ରାଣ ହରାଇଥିଲେ। ଆଜି ରାତିରେ ସେମାନଙ୍କ ଶବ ବ୍ୟବଚ୍ଛେଦ ହୋଇ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe