Telegraph India
ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ଦୁର୍ଗାବଜାରରେ ଦିନକୁ ଦିନ ବଢ଼ି ଚାଲିଛି ଗାଈଗୋରୁଙ୍କ ପ୍ରାଦୁର୍ଭାବ। ବିଭିନ୍ନ ସମୟରେ ଅନେକ ଛୋଟବଡ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ ପ୍ରଶାସନ କିମ୍ବା ଏନ୍ଏସି ପକ୍ଷରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଜାଣିଶୁଣି ଗାଈଗୋରୁଙ୍କୁ ଫିଟାଇ ଦେଇ ଚୁପ୍ ହୋଇ ବସୁଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2019/08/cow-f-300x129.jpg)
ଦୁର୍ଗାବଜାରକୁ ଲାଗି ରହିଥିବା ଦୈନିକ ପରିବା ମାକେର୍ଟ ସାଙ୍ଗକୁ ବଜାର ମଧ୍ୟରେ ଥିବା ବିଭିନ୍ନ ଦୋକାନ ସମ୍ମୁଖରେ ଏହି ଗାଈଗୋରୁଙ୍କ ଗହଳି ଲାଗି ରହୁଛି। ଦିନ ହେଉ କି ରାତି, ସବୁବେଳେ ଏସବୁ ଗାଈ ଜାତୀୟ ରାଜପଥ ଉପରେ ଶୋଇ ରହୁଥିବା ବେଳେ ଟ୍ରାଫିକ ସମସ୍ୟା ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଛି, ଯାହାକି ଗତ ସୋମବାର ରାତିରେ ଦୁର୍ଘଟଣାରେ ଏକ ଗାଈର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏଥିପ୍ରତି ସ୍ଥାନୀୟ ପୁଲିସ ପ୍ରଶାସନ ଏବଂ ଏନ୍ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
Follow Us