ୱାଗନ ଲୋଡିଂ ଶ୍ରମିକଙ୍କ ରାସ୍ତାରୋକ: ରାସ୍ତାକଡ଼ରେ ଶହଶହ ଟ୍ରକ୍‌

Advertisment
ୱାଗନ ଲୋଡିଂ ଶ୍ରମିକଙ୍କ ରାସ୍ତାରୋକ: ରାସ୍ତାକଡ଼ରେ ଶହଶହ ଟ୍ରକ୍‌

ଦୈତାରି/ହରିଚନ୍ଦନପୁର: ପ୍ରବଳ ବର୍ଷା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳଠାରେ ୱାଗନ ଲୋଡିଂ ଶ୍ରମିକଙ୍କ ଦ୍ଵାରା ବ୍ରାହ୍ମଣୀପାଳ-ଦୈତାରି ରାସ୍ତା ଅବରୋଧ ଜାରି ରହିଛି। ରାସ୍ତାକଡ଼ରେ ଶହଶହ ଟ୍ରକ୍‌ ଛିଡ଼ା ହୋଇଛନ୍ତି। ୩୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଟ୍ରକ୍‌ ଗୁଡ଼ିକ ଛିଡ଼ା ହୋଇଥିବାରୁ ଚାଳକ ଓ ହେଲପର୍‌ମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି।

ପାଖରେ ଦୋକାନବଜାର ନଥିବାରୁ ଚାଳକମାନେ ବର୍ଷାରେ ୧ କିଲୋମିଟର ଦୂରକୁ ଚାଲିଚାଲି ଖାଇବାପାଇଁ ଯାଉଛନ୍ତି। ଆଉ କିଛି ଚାଳକ ରାସ୍ତାକଡ଼ରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ରାସ୍ତାରୋକ ଜାରି ରହିଥିବାରୁ ଟ୍ରକ୍‌ ଗୁଡ଼ିକ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁ ନାହାନ୍ତି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ସତ୍ତ୍ୱେ ରାସ୍ତାରେ ଶହଶହ ଶ୍ରମିକ ବସି ରହିଥିଲେ। ଛୋଟ ଗାଡ଼ି ଗୁଡ଼ିକୁ ଛାଡ଼ୁଥିବା ବେଳେ ଭାରୀଯାନଗ ଗୁଡ଼ିକୁ ଅଟକ ରଖିଥିଲେ।

ବୁଧବାରଠାରୁ କେବଳ ସ୍କୁଲବସ୍, ଆମ୍ବୁଲାନ୍ସ ଓ ଦମକଳକୁ ଛାଡ଼ିଦେଲେ ଅନ୍ୟ କୌଣସି ଯାନବାହାନ ଚଳାଚଳ କରିବାକୁ ଦିଆଯିବ ନାହିଁ ବୋଲି ଶ୍ରମିକମାନେ କହିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ନେତା ଘନଶ୍ୟାମ ବାରି, ସୁରେନ୍ଦ୍ର ବଦ୍ରା, ଯମୁନା ସିଂ ଯାଦବ ପ୍ରମୁଖ କହିଛନ୍ତି। ଆଇନଶୃଙ୍ଖଳା ରକ୍ଷା କରିବାପାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe