ବକେୟା ଦରମା ଦାବି କରି ଘରୋଇ କଂପାନିର କର୍ମଚାରୀଙ୍କ ରାସ୍ତାରୋକ ହଟିଲା

ବକେୟା ଦରମା ଦାବି କରି ଘରୋଇ କଂପାନିର କର୍ମଚାରୀଙ୍କ ରାସ୍ତାରୋକ ହଟିଲା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକର ଚାଭ୍ରି ହରିହରପୁରଠାରେ  ଥିବା ଘରୋଇ କଂପାନି ଆଧୁନିକ ମେଟାଲିକ୍ସ ଲିମିଟେଡ ତାର କର୍ମଚାରୀମାନଙ୍କୁ  ଗତ ୧୧ ମାସ ହେବ ଦରମା ଦେଉ ନଥିବା ଯୋଗୁଁ ଆନ୍ଦୋଳନ କରାଯାଇଥିବାର ସୂଚନା ମିଳିଛି।ଉକ୍ତ ଘରୋଇ ସଂସ୍ଥା ଦରମା ନଦେଇ ସମୟ ଗଡ଼ାଉଥିବା ଅଭିଯୋଗ ହୋଇଛି । ଏହି କଂପାନି ବନ୍ଦ ହେବାର ଆଶଙ୍କା ବି ଉପୁଜିଛି ବୋଲି କୁହାଯାଉଛି।

କର୍ମଚାରୀମାନେ ସେମାନଙ୍କର ୧୧ ମାସର ବାକି ପଡ଼ିଥିବା ଦରମା ଦାବିରେ ଏନ୍ଏଚ -୧୪୩ ଅବରୋଧ କରିଥିଲେ।ଏହାଫଳରେ ରାସ୍ତାଉପରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା କିନ୍ତୁ ପରେ ପୁଲିସ ଡି ଏସପି ବୁଝାଶୁଝା କରିବାପରେ  ରାସ୍ତାରୋକ ହଟିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe