ପାଣି ପାଇଁ ଜାତୀୟ ରାଜପଥ ଅବରୋଧ

Advertisment
ପାଣି ପାଇଁ ଜାତୀୟ ରାଜପଥ ଅବରୋଧ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅଧୀନ ରେଡ୍ଡୀଦାମୋଦରପଲ୍ଲୀ ପଞ୍ଚାୟତ କମାଶାସନ ଗ୍ରାମବାସୀ ଆଜି ପିଇବା ପାଣି ଯୋଗାଣ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ୫୯ ନମ୍ବର ଜାତୀୟ ରାଜପଥ ଉପରେ ହାଣ୍ଡି ଓ ମାଠିଆ ରଖି ଅବରୋଧ କରିଥିଲେ। ଫଳରେ ପରିସ୍ଥିତି ଅଶାନ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଥିଲା। ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ବିଡିଓ ଡେନିସ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପାଣିଗ୍ରାହୀ, ଜଳ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁସ୍ମିତା ସିମାଲୁ, ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ପୁଲିସ ଏସଆଇ ବାଲ୍ମୀକି ପ୍ରଧାନ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମେଗା ଜଳ ଯୋଗାଣ ପ୍ରକଳ୍ପରେ କମାଶାସନ ଗ୍ରାମର ପ୍ରତି ଘରକୁ ପାଇପ୍ ସଂଯୋଗ କରି ପାଣି ଯୋଗାଣ ହେବ। ଗ୍ରାମରେ ‌ବୋର୍ ‌ୱେଲ୍ ନିର୍ମାଣ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe