ଭଦ୍ରକ: ପୌରପାଳିକାର ମହିଳା ସଫେଇ କର୍ମଚାରୀ ଓ ଠେଲା ବେପାରୀଙ୍କ ସହ ବିବାଦ। ସଫେଇ କର୍ମଚାରୀଙ୍କୁ ଠେଲା ବେପାରୀଙ୍କ ଆକ୍ରମଣ। ପ୍ରତିବାଦରେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ରାସ୍ତା ରୋକ। ପରିସ୍ଥିତି ଉତେଜନାପୂର୍ଣ୍ଣ ପରେ ପୁଲିସ ମୁତୟନ। ପରିସ୍ଥିତିକୁ ନେଇ ପୁଲିସ ପକ୍ଷରୁ କଡ଼ା ନଜର।
ଘଟଣାରୁ ପ୍ରକାଶ ଯେ, ଆଜି ରାତିରେ ଭଦ୍ରକ ପୌରପାଳିକାର ମହିଳା ସଫେଇ କର୍ମଚାରୀମାନେ ଭଦ୍ରକର ମୁଖ୍ୟ କଚେରି ବଜାରର ଅପର୍ତ୍ତିବିନ୍ଧା ଛକରେ ସଫେଇ କରୁଥିବା ବେଳେ ସେଠାରେ ରାସ୍ତା ଉପରେ ବସିଥିବା ଠେଲା ବେପାରୀଙ୍କ ସହ ବଚସା ହୋଇଥିଲା। ଏହି ଘଟଣାକୁ ନେଇ ଜଣେ ଠେଲା ବେପାରୀ ମହିଳା ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଉଗ୍ର ରୂପ ନେଇଥିଲା। ଆକ୍ରମଣ କରିଥିବା ଲୋକଙ୍କ ଗିରଫ ଦାବିରେ ମହିଳା ସଫେଇ କର୍ମଚାରୀ ମାନେ ଝାଡୁ ଧରି ସହରର ମୁଖ୍ୟ ରାସ୍ତା ଉପରେ ବସି ରହି ଥିଲେ।
ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆସି ନଥିଲା। ରାସ୍ତା ଅବରୋଧ ଯୋଗୁଁ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଏପରିକି ଆମ୍ବୁଲାନ୍ସ ମଧ୍ୟ ଯିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପରିସ୍ଥିତି ଉତେଜନା ହୋଇଥିଲେ ମଧ୍ୟ ଘଟଣା ସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଆଦି ନଥିଲେ। ଯାହାକୁ ନେଇ ବିବାଦ ଅଧିକ ଉର୍ଗ୍ରା ହୋଇଛି। ପରିସ୍ଥିତି ଉପରେ ପୁଲିସ କଡା ନଜର ରଖିଥିଲେ ମଧ୍ୟ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୁଲିସ ନକେଦମ୍ ହେବାକୁ ପଡ଼ିଛି।
Follow Us