ହରଭଙ୍ଗା : ଚାରିଛକ ରାଜପଥରେ ଗଛ ପଡି ରାସ୍ତା ଅବରୋଧ, ଅଟକିଲା ଆମ୍ବୁଲାନ୍ସ ଓ ଶବବାହକ ଗାଡି ସମେତ ଶତାଧିକ ଗାଡି

Advertisment
ହରଭଙ୍ଗା : ଚାରିଛକ ରାଜପଥରେ ଗଛ ପଡି ରାସ୍ତା ଅବରୋଧ, ଅଟକିଲା ଆମ୍ବୁଲାନ୍ସ ଓ ଶବବାହକ ଗାଡି ସମେତ ଶତାଧିକ ଗାଡି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସମ୍ମୁଖ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ରାସ୍ତା କଡରେ ଥିବା ଏକ ବଡ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇ ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକି ରହିଥିଲା। ଏଥି ମଧ୍ୟରେ ବଲାଙ୍ଗିର କିଡ୍ସ ହସ୍ପିଟାଲରୁ ଭୁବନେଶ୍ୱର କିଡ୍ସ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନିଆ ଯାଉଥିବା ଗୁରୁତର କରୋନା ପେସେଣ୍ଟ ଓ ସୋନପୁରରୁ କେନ୍ଦୁଝର ଯାଉଥିବା ଏକ ଶବ ବାହକ ଗାଡି ମଧ୍ୟ ପ୍ରାୟ ୧ଘଣ୍ଟା ଧରି ଅଟକି ରହିଥିବା ଦେଖିବାକୁ ମିଳିଥିଲା।

publive-image

ଖବର ପାଇ ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମେସିନ ଯୋଗେ ଗଛ କାଟି ହାଇଡ୍ରାରେ ସେଗୁଡିକ ଉଠାଇଥିଲେ। ହରଭଙ୍ଗା ବିଡିଓ ନିଜେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଥିଲେ। ପ୍ରଥମେ ରାସ୍ତାରେ ପଡିଥିବା ଗଛକାଟି କେତେକ ବଡଗଣ୍ଡି ହଟାଇ ଆମ୍ବୁଲାନ୍ସ ଓ ଶବ ବାହକ ଗାଡିକୁ ଛଡ଼ାଯାଇଥିଲା। ପରେ ରାସ୍ତା ସମ୍ପୂର୍ଣ ଭାବେ ସଫା କରାଯିବାପରେ ଗାଡି ମୋଟର ଯାତାୟାତ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe