ଭତ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ

Advertisment
ଭତ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ: ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତର ବିଭିନ୍ନ ଭତ୍ତା ହିତାଧିକାରୀଙ୍କୁ ୩ ମାସର ଭତ୍ତା ମିଳିନାହିଁ। ବାରମ୍ବାର ଭତ୍ତା ପାଇଁ ଆସି ନିରାଶ ହୋଇ ସେମାନେ ଫେରୁଥିଲେ। ସୋମବାର ପୁଣି ଆସି ଭତ୍ତା ନ ମିଳିବାରୁ ପ୍ରତିବାଦ ସ୍ବରୂପ ସେମାନେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ଦିନ ୧୧ଟାରୁ ରାସ୍ତାରେ ବସି ରହିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା। ବୌଦ୍ଧ ପୁଲିସ ଆସି ବୁଝାସୁଝା କରି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲା। ଭତ୍ତା ପ୍ରଦାନ କରାଯିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe