Advertisment

ରାସ୍ତା ଶୋଚନୀୟ, ଆଣ୍ଠୁଏ କାଦୁଅରେ ଯାଉଛନ୍ତି ଗ୍ରାମବାସୀ

Advertisment
ରାସ୍ତା ଶୋଚନୀୟ, ଆଣ୍ଠୁଏ କାଦୁଅରେ ଯାଉଛନ୍ତି ଗ୍ରାମବାସୀ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଗ୍ରାମଟି ତେଲନଦୀ କୂଳରେ ଅବସ୍ଥିତ। ମନମୁଣ୍ଡା ଠାରୁ କଣ୍ଟାମାଳ ପର୍ଯ୍ୟନ୍ତ ଏଇ ଗାଁଁକୁ ଛାଡ଼ିଦେଲେ କେଉଁଠି ମଧ୍ୟ ନଦୀକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ। ପୁଣି ଏହି ଗାଁର ନଦୀକୂଳରେ ଭାରତ ସରକାରଙ୍କ ହୀରାକୁଦ ଗଜ ଷ୍ଟେସନ ମଧ୍ୟ ରହିଛି। ଏହି ଅଫିସ୍‌ରେ ବର୍ଷାଦିନେ ପ୍ରତ୍ୟହ ତେଲନଦୀର ଜଳସ୍ତର ସମ୍ପର୍କରେ  ହୀରାକୁଦ ଡ୍ୟାମ୍‌କୁ ସୂଚନା ଦିଆଯାଏ। ଏଠାକୁ ପ୍ରତିଦିନ ୨ଜଣ ଏହି ଅଫିସର କର୍ମଚାରୀ ଆସନ୍ତି। ଏହି ଗାଁ ଲୋକେ ମଧ୍ୟ ଏହି ନଦୀ ଉପରେ ନିତ୍ୟ ସ୍ନାନ ଶୌଚ ପାଇଁ ନିର୍ଭର କରନ୍ତି। କିନ୍ତୁ ଏହି ରାସ୍ତାଟି ପାଇଁ ଲୋକମାନେ ନାହିଁ ନ ଥିବା ହଇରାଣ ହରକତ ହୁଅନ୍ତି।

ଏହି ରାସ୍ତା ଦେଇ ଗବଜୋରରୁ ବୈଦ୍ୟନାଥ ଦେଇ ଯାଇଥିବା (ଫେରିଘାଟ) ଡଙ୍ଗାଘାଟକୁ ପ୍ରତିଦିନ ଶହ ଶହ ଲୋକ ଏ ରାସ୍ତା ଦେଇ ଯିବା ଆସିବା କରନ୍ତି। ଏଇ ଡଙ୍ଗାଘାଟରୁ ବର୍ଷକୁ ଲକ୍ଷାଧିକ ଟଙ୍କା ସରକାରଙ୍କ ରାଜକୋଷକୁ ଯାଇଥାଏ। କିନ୍ତୁ ତା’ସତ୍ୱେ ବି ଏହି ରାସ୍ତାର ଅବସ୍ଥା କହିଲେ ନ ସରେ। ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲପାଳ ପର୍ଯ୍ୟନ୍ତ ଅଭିଯୋଗ କରି ସାରିଲେଣି। କିନ୍ତୁ ପ୍ରଶାସନ ପାଖରେ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ କଣ୍ଟାମାଳ ବ୍ଲକ୍‌ ଅଫିସ ଘେରାଉ କରିବା ସହିତ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ପଥର୍ଲା ଗ୍ରାମର କିରଟି ସାହୁ, ମାର୍ଗଶିର ନାଏକ, ଦୀନବନ୍ଧୁ ମେହେର ପ୍ରମୁଖ ଗ୍ରାମବାସୀ।

ବିଡିଓ ବନ୍ଦନା ଖଟୁଆଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ରାସ୍ତାଟିକୁ ଶୀଘ୍ର କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିବା କହିିିଛନ୍ତି। ସେହିପରି ସିମିଳିପଦର ପଂଚାୟତ ଅନ୍ତର୍ଗତ ସଦର ଗ୍ରାମରୁ ନିକଟ ନାଳ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି। ଗାଡ଼ି ମୋଟର ଚଳାଚଳ ଦୂରର କଥା ପାଦରେ ବି ଚାଲିକି ଯିବା ସମ୍ଭବ ହେଉନାହିଁ। ତେଣୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବାକୁ ସମାଜସେବୀ ବିନାୟକ କ୍ଷେତି ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe