ରାସ୍ତା ଅବସ୍ଥା ଶୋଚନୀୟ: ମରାମତି ପାଇଁ ପଞ୍ଚାୟତବାସୀଙ୍କ ଦାବି

ଗାଁ ଠୁ ସହର ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଗମନାଗମନରେ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି କିନ୍ତୁ ଏବେ ମଧ୍ୟ ଶ୍ରୀରାମପଦା ଠାରୁ ରଟିଙ୍ଗିଆ ରାସ୍ତା ଅବହେଳିତ ହୋଇ ପଡ଼ି ରହିଛି...

Road Problem

Road Problem Photograph: (sambad.in )

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମକୁ ଯିବା ପାଇଁ ଶ୍ରୀରାମ ପଦାଠାରୁ ଗ୍ରେସିଙ୍ଗିଆ ପଞ୍ଚାୟତ କିରାମାହା ଗ୍ରାମ ଦେଇ ଧାଙ୍ଗଡ଼ାମାହା,ରଟିଙ୍ଗିଆ,ଝିମାଙ୍ଗିଆ,ମଗରଗୁଡ଼ା ସହ ବିଭିନ୍ନ ଗ୍ରାମ ଦେଇ ଗ୍ରେସିଙ୍ଗିଆ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।

ଗାଁ ଠୁ ସହର ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଗମନାଗମନରେ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି କିନ୍ତୁ ଏବେ ମଧ୍ୟ ଅବହେଳିତ ଏହି ରାସ୍ତା ପଡ଼ି ରହିଛି। ରାଜନୈତିକ ଇଛାଶକ୍ତି ହେଉ କିମ୍ବା ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ସାଧାରଣ ଜନତା କଷ୍ଟ ଭୋଗୁଛନ୍ତି। ଦୀର୍ଘ ବର୍ଷ ହେବ ରାସ୍ତାର କୌଣସି ମରାମତି କରାଯାଇ ନାହିଁ। ଯାହା ଫଳରେ ଖାଲଖମାରେ ପରିପୂର୍ଣ୍ଣ ଏହି ରାସ୍ତା ଦେଇ ଯାତାୟତ  ନିମନ୍ତେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ଏହି ରାସ୍ତା ଉପରେ ଦୁଇଟି ପଞ୍ଚାୟତର ହଜାର ହଜାର ଗ୍ରାମବାସୀ ନିର୍ଭର କରିଥାନ୍ତି।  ପ୍ରତ୍ୟେକ ଦିନ  ସ୍କୁଲ, କଲେଜ, ଡାକ୍ତରଖାନା କିମ୍ବା ଅନ୍ୟ କୌଣସି କାମ ପାଇଁ ହେଉ ଗ୍ରାମବାସୀ ଘୁ.ଉଦୟଗିରି ସହରକୁ ଆସୁଛନ୍ତି କିନ୍ତୁ ରାସ୍ତା ଅତ୍ୟନ୍ତ ଖରାପ ଥିବା ଯୋଗୁ ସାଇକେଲ, ମୋଟର ସାଇକେଲ, ଅଟୋରେ ଯିବା ଆସିବାରେ ଅସୁବିଧା ହେଉଛି।

ଅଧିକ ପଢ଼ନ୍ତୁ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ: ୨ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଅନେକ ସମୟରେ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଲେ ମଧ୍ୟ ରାସ୍ତା ମରାମତି ହେଉନାହିଁ । ବିଶେଷ କରି ଗର୍ଭବତୀ ମହିଳାମାନେ ଏଇ ରାସ୍ତା ଦେଇ ଡାକ୍ତରଖାନା ଆସିବା କଷ୍ଟକର ହେଉଛି ।

ଆଗକୁ ବର୍ଷାଋତୁ ଆସୁଛି ରାସ୍ତାରେ ଥିବା ଖାଲଢିପ ଯୋଗୁ ଦୁର୍ଘଟଣାର ସମ୍ଭାବନା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ଜରୁରୀ କାଳୀନ ଭିତ୍ତିରେ ଏହି ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ନେବା ପାଇଁ ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ ପଞ୍ଚାୟତ ଜନସାଧାରଣ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଶୋପିଆନରେ ଆତ୍ମସମର୍ପଣ କଲେ ୨ ଲସ୍କର ଆତଙ୍କୀ

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe