ଖଣିଜ ପରିବହନକୁ ଗୁରୁତ୍ୱ, ରାସ୍ତାଘାଟକୁ ଅଣଦେଖା; ଯାତାୟାତରେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ

Advertisment
ଖଣିଜ ପରିବହନକୁ ଗୁରୁତ୍ୱ, ରାସ୍ତାଘାଟକୁ ଅଣଦେଖା; ଯାତାୟାତରେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ

ଗୁଆଲି : ଯୋଡ଼ା ବ୍ଲକ ଅନ୍ତର୍ଗତ ଲୋଇଡାପଦା-କାଟେସାହି ରାସ୍ତାଟି କାଦୁଅ ପଚପଚ ହୋଇଥିବାରୁ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏହି ରାସ୍ତା ପ୍ରତି କାହାର ବି ଦୃଷ୍ଟି ପଡୁ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଦେଖାଦେଇଛି।

୫୨୦ନଂ ଜାତୀୟ ରାଜପଥର ଲୋଇଡାପଦା ଛକ ଠାରୁ କାଟେସାହିକୁ ଯାଇଥିବା ପଞ୍ଚାୟତ ରାସ୍ତାଟି ଦୀର୍ଘ ଦିନ ଧରି ରାସ୍ତାଟି ଶୋଚନୀୟ ହୋଇପଡ଼ିଛି। ରାସ୍ତାରୁ କଂକ୍ରିଟ ଉଠିଯାଇ ରଡ଼୍ ବାହାରକୁ ଦେଖାଯାଉଛି। ଫଳରେ ଯିବାଆସିବା କରିବାକୁ ନାକେଦମ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ଷା ଯୋଗୁଁ ରାସ୍ତା ସାରା କାଦୁଅରେ ଭର୍ତ୍ତି। ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନି ଓ ଶିଳ୍ପାନୁଷ୍ଠାନରୁ ଭାରୀଯାନଗୁଡ଼ିକ ଚଳାଚଳ କରୁଛି। ମାତ୍ର ଏହାର ମରାମତି କରିବାରେ ଧ୍ୟାନ କେହି ଦେଉ ନଥିବାରୁ ଏହି ରାସ୍ତା ଦେଇ ନିର୍ଭର କରୁଥିବା ଲୋକେ ଯାତାୟାତରେ ଭାରି ହୀନସ୍ତା ଭୋଗୁଛନ୍ତି। ବିଭିନ୍ନ ସ୍ଥାନରେ ଲେଖାଏଁ ଖାଲରେ କାଦୁଅ ପଚପଚ ହୋଇଛି। ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ରାସ୍ତାକୁ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe