ଉପରକଙ୍ଗେରିକିଆ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି

ଦେଶ ସ୍ୱାଧୀନତାର ୭୮ବର୍ଷ  ପରେବି ଆଜି ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ଅବହେଳିତ ଅବସ୍ଥାରେ ଅନେକ ଗାଁ। କେଉଁଠି ଲୋକେ ପାଣି ପାଇଁ ଡହଳ ବିକଳ ତ କେଉଁଠି ରାସ୍ତା ପାଇଁ ଧାଇଁଧାଇଁ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ସଫଳ ହେଉ ନାହାନ୍ତି।

IMG_20241201_151953

ଘୁ.ଉଦୟଗିରି: ଦେଶ ସ୍ୱାଧୀନତାର ୭୮ବର୍ଷ ପରେବି ଆଜି ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ଅବହେଳିତ ଅବସ୍ଥାରେ ଅନେକ ଗାଁ। କେଉଁଠି ଲୋକେ ପାଣି ପାଇଁ ଡହଳ ବିକଳ ତ କେଉଁଠି ରାସ୍ତା ପାଇଁ ଧାଇଁଧାଇଁ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ସଫଳ ହେଉ ନାହାନ୍ତି। ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାରର ସମ୍ମୁଖୀନ ହେଉ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏମିତି ଏକ ଗାଁ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ୯ନଂ ୱାର୍ଡର ଉପରକଙ୍ଗେରିକିଆ। 

ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୦କିମି ଦୂର ଉପରକଙ୍ଗେରିକିଆ ଗାଁର ଲୋକେ ଅଭିଶପ୍ତ ଭଳି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଏହି ଗାଁରେ ବିଦ୍ୟାଳୟ ଥିବାରୁ ଏହାରି ଉପରେ ଡୁଡ଼ୁକାର ଗାଁ, ତଳକଙ୍ଗେରିକିଆ, ମାହାଲିମୁଣ୍ଡା, ଶିର୍କ ନାଜୁ, ଶ୍ରାମ୍ବୁ ନାଜୁ ଭଳି ବିଭିନ୍ନ ଗାଁ ଛତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିଥାନ୍ତି। ଏହି ଖାଲଖମା ରାସ୍ତା ଦେଇ ଉପର କଙ୍ଗେରିକିଆ ବିଦ୍ୟାଳୟ ଆସୁଥିବା ବେଳେ ରାସ୍ତା ଖାଲଖମା ହୋଇ ଥିବା ଯୋଗୁଁ ଖରାଦିନେ କିଛି ମାତ୍ରା ସୁବିଧା ଥିବା ବେଳେ ବର୍ଷା ଦିନେ ଘାଟି ରାସ୍ତା ଧୋଇ ଯାଉଥିବାରୁ ଜରୁରୀକାଳୀନ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି।  

ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୦କିମି ଦୂର ଉପରକଙ୍ଗେରିକିଆ ଗାଁର ଲୋକେ ଅଭିଶପ୍ତ ଭଳି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଗମନାଗମନ ଜନିତ ସମସ୍ୟା ପାଇଁ ଲୋକେ ହଇରାଣ ହେଉଛନ୍ତି।

ଏହି ୯ ନମ୍ବର ୱାର୍ଡରେ ମୋଟ ଜନସଂଖ୍ୟା ୫୦୦ ଊର୍ଦ୍ଧ୍ବ ରହିଥିବା ବେଳେ ଏଠାକାର ଜନସାଧାରଣଙ୍କ ପାଇଁ ଗମନାଗମନ ପାଇଁ ରାସ୍ତା ହିଁ ସମସ୍ୟା ବୋଲି କହିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଉପର କଙ୍ଗେରିକିଆ ବିଦ୍ୟାଳୟକୁ ରାସ୍ତା ନିର୍ମାଣ ପାଇଁ ବୃନ୍ଦାବନ ପ୍ରଧାନ, ଶ୍ରିରାମ ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ, ଭିମରାଜ ପ୍ରଧାନ, ଯହଲାଲ ପ୍ରଧାନ, କଲ୍କିରାମ ପ୍ରଧାନ, ଶଙ୍କର ପ୍ରଧାନ, ବୁଟୁକି ପ୍ରଧାନ, କମଳା ପ୍ରଧାନ, କାମନ୍ତି ପ୍ରଧାନ, ସଞ୍ଜୁକ୍ତା ପ୍ରଧାନ, ଜିଗି ପ୍ରଧାନ, ବିଷ୍ଣୁହରି ପ୍ରଧାନ, ନିକିଲାଶ ପ୍ରଧାନ, ସରତ ପ୍ରଧାନ, ସମେତ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe