ନିର୍ମାଣ ହୋଇ ପାରୁନି ରାସ୍ତା, ଯାତାୟାତ ପାଇଁ ସାହାରା ସାଜିଛି କାଠପୋଲ

ନିର୍ମାଣ ହୋଇ ପାରୁନି ରାସ୍ତା, ଯାତାୟାତ ପାଇଁ ସାହାରା ସାଜିଛି କାଠପୋଲ

ଦଶପଲ୍ଲା : ଗାଁକୁ ନିର୍ମାଣ ହୋଇପାରୁନି ନିତିଦିନିଆ ରାସ୍ତା। ଅସରାଏ ବର୍ଷା ହେଲେ ବେହାଲ୍ ହୋଇପଡ଼ୁଛି। ପୁଣି ରାସ୍ତା ଖାଇଯାଇ ଖାଲଖମା ହୋଇଯିବା ଦ୍ବାରା ସାହାରା ସାଜିଛି ଏକ କାଠପୋଲ। ଯାହାକୁ ନେଇ ବିପଦସଂକୁଳ ଭାବେ ଯାତାୟାତ କରୁଛନ୍ତି, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ସରିଗଣ୍ତା ପଞ୍ଚାୟତର ସୀମାନ୍ତ ଶିଙ୍ଗଭଙ୍ଗା ଗ୍ରାମବାସୀଙ୍କ ସମେତ ତୁମାଣ୍ତି ପଞ୍ଚାୟତର ୫ରୁ ୭ଟି ଗ୍ରାମବାସୀ।

publive-image

ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତା ଦେଇ ମାତ୍ର ୨ କିମି ଯିବା ପରେ କୁଆଁରିଆ ନିକଟସ୍ଥ ମୁଖ୍ୟ ସଡ଼କରେ ପହଞ୍ଚିବାକୁ ପଡ଼ୁଛି। ଏହା କମ୍ ରାସ୍ତା ହୋଇଥିବାରୁ ଏହା ଉପରେ ତୁମାଣ୍ତି ପଞ୍ଚାୟତର ୫/୭ଟି ଗ୍ରାମର ଜନସାଧାରଣଙ୍କ ସମେତ ସରିଗଣ୍ତା ପଞ୍ଚାୟତର ଅନେକ ଗ୍ରାମବାସୀ ନିର୍ଭର କରିଥାନ୍ତି। ମାତ୍ର ଏହି ଦୁଇ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାଟି ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବେଳେ ଏଥି ପ୍ରତି କେହି ବି ଗୁରୁତ୍ବ ଦେଉନାହାନ୍ତି। ଅସରାଏ ବର୍ଷା ହେଲେ ଯାତାୟାତ କରିବା ସମ୍ଭବ ହେଉନଥିବା ବେଳେ କମ୍ ରାସ୍ତା ହେତୁ ବାଧ୍ୟ ହୋଇ ଲୋକମାନେ ଯାତାୟାତ କରିବାକୁ ପଡ଼ୁଛି। ଏପରିକି ରୋଗୀଙ୍କୁ ବିଭିନ୍ନ ସମୟରେ ଭାରକରି ନେବାକୁ ପଡ଼ୁଛି। ନଚେତ୍ ପ୍ରାୟ ୬ କିମି ତୁମାଣ୍ତି ଦେଇ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ହାଟ ଓ ବଜାରକୁ ଆସିବାକୁ ପଡ଼ିଥାଏ। ଏହି ରାସ୍ତା ଉପରେ ବିଭିନ୍ନ ସମୟରେ ମାଟି ପକାଇ ଲକ୍ଷଲକ୍ଷ ଟଙ୍କା ଚଳୁ କରାଯାଉଥିବା ବେଳେ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe