ଆଜି ଫୁଲବାଣୀ , ଗଂଜାମ ଓ ନୟାଗଡରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ରୋଡ ସୋ’

Advertisment
ପଶ୍ଚିମ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର : ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ କେନ୍ଦ୍ର ଫେଲ୍‌

ଭୁବନେଶ୍ୱର: ଆସ୍କା ଲୋକସଭା କ୍ଷେତ୍ରରେ ଗତକାଲି ରୋଡ ସୋ’ ପରେ ଆଜି ଫୁଲବାଣୀର ତୁମୁଡିବନ୍ଧ, ଗଂଜାମର ସୋରଡା ଓ ନୟାଗଡର ଦଶପଲ୍ଲାରେ ବିଜେଡି ସୁପ୍ରିମୋଙ୍କ ହାଇଟେକ ବସ ବୁଲିବ । ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଜମୁଛି । ଉଭୟ ଲୋକସଭା ଓ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ ମାଗିବେ ନବୀନ ।

ନିର୍ବାଚନୀ ପ୍ରଚାର ରୋଡ ସୋ ବେଳେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଫୋକସ କରୁଛନ୍ତି ବିଜେଡି ସୁପ୍ରିମୋ । ମହିଳାଙ୍କୁ ବିଜେଡି ଅଗ୍ରାଧିକାର ଦେଇଛି, ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ, କାଳିଆ ଯୋଜନାକୁ କେହି ରୋକିପାରିବେ ନାହିଁ ଏବଂ ଏହି ଯୋଜନାରୁ କେହି ଯୋଗ୍ୟ ଚାଷୀ ବଂଚିତ ହେବେ ନାହିଁ ବୋଲି ନବୀନ ବାରମ୍ବାର କହି ଆସୁଛନ୍ତି । ନିର୍ବାଚନ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖାମିଳୁଥିବା ପ୍ରତିପକ୍ଷଙ୍କୁ ସେ ଟାର୍ଗେଟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe