ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ

ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ଜଗଦଲା

ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ଶୁକ୍ରବାର ସନ୍ଧ୍ୟାରେ ଏକ ବିରାଟ ରୋଡ ସୋ’ରେ ସାମିଲ ହୋଇଛନ୍ତି। ଏହି ରୋଡ୍‌ ସୋ’ ମାଧ୍ୟମରେ ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଉପଖଣ୍ଡ ସଦରମହକୁମାର ମୁଖ୍ୟ ଛକରେ ପଥପ୍ରାନ୍ତ ସଭାରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।

publive-image

ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ମତଦାନର ପ୍ରଚାର ଶେଷ ପର୍ଯ୍ୟାୟରେ ଥିବା ବେଳେ ଆଜି ବିଜେପି ତରଫରୁ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଜଗଦଲା ଦଳୀୟ କର୍ମୀ ଏବଂ ସମର୍ଥିତ ଭୋଟରଙ୍କୁ ନେଇ ଏକ ବିରାଟ ପଟୁଆରେ ସହରରେ ରୋଡ ସୋ’ କରିବା ସହିତ ମୁଖ୍ୟଛକରେ ଏକ ସଭାର ଆୟୋଜନ କରିଥିଲେ। ସଭାରେ ସେ ବର୍ତ୍ତମାନର ବିଧାୟକଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ମଣ୍ଡଳୀର ବାହାର ଲୋକ ସହିତ ଜିଲ୍ଲାର ମଧ୍ୟ ବାହାର ଲୋକ ହୋଇଥିବାରୁ  ବୀରମହାରାଜପୁର ବିକାଶ ପାଇଁ କିଛି ଚେଷ୍ଟା କରି ନାହାନ୍ତି। ୧୫ ବର୍ଷ ଧରି ବିଧାୟକ ହୋଇ ମଧ୍ୟ ଚାଷ ଜମିକୁ ପାଣି ଦେବାରେ ବିଫଳ ହେବା ଅଞ୍ଚଳବାସୀଙ୍କ ପାଇଁ ପ୍ରତାରଣା ବୋଲି କହିଥିଲେ।

publive-image

ବୀରମହାରାଜପୁର ଅଞ୍ଚଳରେ ସବୁ ଗାଁରେ ପାନୀୟ ଜଳ ମିଳିପାରୁ ନାହିଁ। ବୀରମହାରାଜପୁର ଅଞ୍ଚଳ ପାଇଁ ବିଧାୟକଙ୍କର ଦରଦ ନାହିଁ। ନିର୍ବାଚନ ଜିତି ଗଲା ପରେ କିଛି ଗୁମାସ୍ତାଙ୍କୁ ନେଇ ଲୋକଙ୍କୁ ଲୁଟ୍‌ କରିବାରେ ବ୍ୟସ୍ତ ରହୁଛନ୍ତି। ନିର୍ବାଚନ ସମୟରେ ଟଙ୍କା ଦେଇ ଭୋଟରଙ୍କୁ ଭୂତାଉ ଥିବା ବେଳେ ଚଲିତ ନିର୍ବାଚନରେ ଅର୍ଥ ବଳ କାମ ଦେବ ନାହିଁ। ଭୋଟର ପରିବର୍ତ୍ତନ ଚାହିଁଲେଣି ବୋଲି କହିଥିଲେ। ଶୋଭାଯାତ୍ରାରେ ବୀରମହାରାଜପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୋଇ, ଜିଲ୍ଲା ଓବିସି ସେଲ୍ ସଭାପତି ରାଧାକାନ୍ତ ମହାକୁଡ଼, ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡା, ରାଧାକାନ୍ତ ପଣ୍ଡାଙ୍କ ସହିତ ବହୁ ଦଳୀୟ ନେତା ସାମିଲ ହୋଇଥିଲେ ଥିଲେ। ସଭା ପୂର୍ବରୁ ଏକ ବାଇକ୍‌ ଶୋଭାଯାତ୍ରା ହୋଇଥିଲା। ଏଥିରେ ୫୦୦ ବାଇକ୍‌ ସାମିଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe