ଓମ୍ପଟ୍ବା ପକ୍ଷରୁ ବିଜୟ ମହାନ୍ତିଙ୍କ ସ୍ମୃତିସଭା : ବିଜୟଙ୍କ ନାମରେ ରାସ୍ତାର ନାମକରଣ ହେବ

Advertisment
ଓମ୍ପଟ୍ବା ପକ୍ଷରୁ ବିଜୟ ମହାନ୍ତିଙ୍କ ସ୍ମୃତିସଭା : ବିଜୟଙ୍କ ନାମରେ ରାସ୍ତାର ନାମକରଣ ହେବ

ଭୁବନେଶ୍ବର : ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଓଡ଼ିଶା ମୋସନ ପିକ୍‌ଚର୍ ଟେକ୍ନିସିଆନ୍‌ସ ଆଣ୍ଡ୍‌ ୱାର୍କର୍ସ ଆସୋସିଏସନ୍‌ (ଓମ୍ପ୍‌ଟ୍ବା) ପକ୍ଷରୁ କଟକସ୍ଥିତ ଓମ୍ପ୍‌ଟ୍ବା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବୀପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଜୟ ମହାନ୍ତିଙ୍କ ନାମରେ ଏକ ରାସ୍ତାର ନାମକରଣ ସହ ଏକ ପ୍ରତିମୂର୍ତ୍ତି କରାଯବ ବୋଲି ସେ କହିଥିଲେ।

ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ ଦାସ କହିଥିଲେ, ବିଜୟ ମହାନ୍ତିଙ୍କୁ କିଭଳି ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ମିଳିବ, ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ ଅନୁ ଚୌଧୁରୀ, ଓମ୍ପଟ୍ବାର ଉପଦେଷ୍ଟା ବାପୁ ଲେଙ୍କା, ଆବାକକ ଶ୍ରୀକାନ୍ତ ଦାସ ପ୍ରମୁଖ ସ୍ମୃତିଚାରଣ କରିବା ସହ ତାଙ୍କ ଅଭିନୟ ଜୀବନରେ ତାଙ୍କ ସହ କିଛି ଅଭୁଲା କଥା ବଖାଣିଥିଲେ। ଦେବେନ୍ଦ୍ର ରଣା, ନିର୍ମଳ ଦାସ, ଅରୁଣ ବେହେରା, ସୁଭାଷ ସ୍ବାଇଁ, ବିକାଶ ପାଟରା, ସତ୍ୟାନନ୍ଦ ନାୟକ, ପବିତ୍ର ସାହୁ, ଅଶୋକ ନାୟକ, ପ୍ରସନ୍ନ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସଂଗଠନ ସମ୍ପାଦକ ନିରଞ୍ଜନ ଦାଶ ବିଜୟ ମହାନ୍ତିଙ୍କୁ ସୁଟିଂ ସେଟ୍‌ର ଜଣେ ପ୍ରଧାନ ଶିକ୍ଷକ ଭାବେ ବର୍ଣ୍ଣନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe