୧୨ ମାଓପ୍ରବଣ ଅଞ୍ଚଳରେ ରାସ୍ତା କାମ ବନ୍ଦ, ଦୁର୍ଦ୍ଦଶା ଭୋଗୁଛନ୍ତି ବନବାସୀ

ବନ୍ୟପ୍ରାଣୀ ବିଭାଗର ଅନୁମତି ଦେଉନି, ବ୍ୟାଘ୍ର ପ୍ରକଳ୍ପ ହେଉନି, ଅଥଚ ବିକାଶ ପଥକୁ ଓଗାଳିଛି

ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ: ଅଧିକ ତର୍ଜମା କରିବ ଟିଏସି

The Tribal Tribune

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ବନବାସୀଙ୍କ ଗମନାଗମନର ସୁବିଧା ପାଇଁ ୧୨ଟି ରାସ୍ତାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ମାତ୍ର ବନ୍ୟପ୍ରାଣୀ ବିଭାଗ ଅଭୟାରଣ୍ୟ ଓ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପର ବାହାନା ଦେଖାଇ ରାସ୍ତା ପାଇଁ ଅନୁମତି ଦେଇନଥିବାରୁ ମାଓପ୍ରବଣ ଅଞ୍ଚଳର ସେହି ରାସ୍ତା କାମ ବନ୍ଦପଡ଼ିଛି। ଏଥିଯୋଗୁଁ ବନବାସୀ ବର୍ଷା ଦିନରେ ଯିବାଆସିବାରେ ବହୁ ସମସ୍ୟା ଭୋଗୁଛନ୍ତି। ଇତିମଧ୍ୟରେ ପ୍ରାୟ ଆଠ ବର୍ଷ ହେଲାଣି ନା ବ୍ୟାଘ୍ର ପ୍ରକଳ୍ପ ହେଲା ନା ରାସ୍ତା ନିର୍ମାଣ ହୋଇପାରିଲା।

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲାର ଦୁର୍ଗମ ତଥା ମାଓ ଅଞ୍ଚଳରେ ବସବାସ କରୁଥିବା ବନବାସୀଙ୍କ ଯାତାୟାତ ପାଇଁ ୨୦୧୬ରେ ବାଟିବାହାଲରୁ ସୁନାବେଡ଼ା ପର୍ଯ୍ୟନ୍ତ ୧୦ କିମି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ପରେ ବାଟିବାହାଲରୁ ସୁନାବେଡ଼ା (ପାର୍ଟ-ବି) ୧୦ କିମି ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ସେହିପରି ଚେରେଚୁଆ-କାଙ୍କେରମେଞ୍ଜ (ପାର୍ଟ-ଏ) ୯ କିମି ରାସ୍ତା, ଚେରେଚୁଆଁ-କାଙ୍କେରମେଞ୍ଜ (ପାର୍ଟ-ବି) ୮ କିମି ରାସ୍ତା, କୋଟ୍ରାବେଡ଼ା-ଦେଓସିଲ ୮ କିମି ରାସ୍ତା, ସୁନାବେଡ଼ା-ଗାତିବେଡ଼ା ୫ କିମି, ସୁନାବେଡ଼ା-ଜାମଗାଁ ୬.୫ କିମି ରାସ୍ତା, ସୁନାବେଡ଼ା-ସୋ‌ସେଙ୍ଗ ୮ କିମି ରାସ୍ତା, କାଙ୍କେରମେଞ୍ଜ- କେରମେଲି- ପେଠିଆପାଲି ଓ ଗୋଳାବନ୍ଦ ୧୦.୫ କିମି ରାସ୍ତା, ଗାତିବେଡ଼ା- ଢେକୁନପାଣି ୨ କିମି ରାସ୍ତା, ସୋସେଙ୍ଗ-ଗୁଣ୍ଟ୍ରିପାଣି ୨.୨ କିମି ରାସ୍ତା, ସୋସେଙ୍ଗ-ରୂପିଆଲ ୪.୫ କିମି ରାସ୍ତା, କେଛପଖାନ- ଶିବନାରାୟପୁର ୩.୩ କିମି ରାସ୍ତା, ସୁନାବେଡ଼ା-ଜୁନାପାଣି ୪ କିମି ରାସ୍ତା, କୋଟ୍ରାବେଡ଼ାରୁ କେଛପଖାନ ୧୫ କିମି, ଜୁନାପାଣି-ସନବାହାଲି ୨ କିମି ଏବଂ ସଦର ବ୍ଲକ ପଣ୍ଟ୍ରପାଣି ରାସ୍ତାର ଟିକ୍ରାପଡ଼ାରୁ ସନ୍ତୋଷପଡ଼ାକୁ ୩.୯ କିମି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା।

ହେଲେ ସୁନାବେଡ଼ା ଅଭୟାରଣ୍ୟ ବନ୍ୟପ୍ରାଣୀ ବିଭାଗ ରାସ୍ତା ନିର୍ମାଣ ପାଇଁ ଅନୁମତି ନଦେବାରୁ ଶେଷରେ ରାସ୍ତା ନିର୍ମାଣ କାମ ବନ୍ଦ ରହିଛି। ରାସ୍ତା ନିର୍ମାଣ ପାଇଁ ବନବାସୀ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଉଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ। ବହୁ ଦାବି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାତ୍ର ୨ଟି ରାସ୍ତା ନିର୍ମାଣ କରିବାକୁ ଅନୁମତି ମିଳିଛି। ହେଲେ ଏହି ରାସ୍ତା ମଧ୍ୟ କେବେ କାର୍ଯ୍ୟକାରୀ ହେବ ଓ ବନବାସୀଙ୍କ ଦୁଃଖ କେବେ ଯିବ ଦେଖିବାକୁ ବାକିରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe