ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ରାସ୍ତାରୋକ

Advertisment
ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ରାସ୍ତାରୋକ

ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଆନନ୍ଦପୁରରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ରାସ୍ତାରୋକ କରିଛନ୍ତି। କୌଣସି ପୂର୍ବ ସୂଚନା ନଥାଇ ହଠାତ୍ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ କଲେଜର ଶତାଧିକ ଛାତ୍ରଛାତ୍ରୀ ଦିନ ପ୍ରାୟ ସାଢ଼େ ୧୧ଟାବେଳେ ଆନନ୍ଦପୁର ବ୍ରିଜଛକ ନିକଟରେ ପହଞ୍ଚି ରାଜପଥ ଅବରୋଧ କରିଥଲେ। ଆନନ୍ଦପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ହଟିଥିଲେ। ସେଠାରୁ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପଜିଲ୍ଲାପାଳ ଗୋପୀନାଥ କୁଅଁର ସେମାନଙ୍କୁ ବୁଝ‌ାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe