କାଳ ବୈଶାଖୀରେ ଗଛ ପଡ଼ି ରାସ୍ତା ଅବରୋଧ

Advertisment
କାଳ ବୈଶାଖୀରେ ଗଛ ପଡ଼ି ରାସ୍ତା ଅବରୋଧ

ମଦନପୁର: ମ.ରାମପୁର ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା। ମ.ରାମପୁରରୁ ରିଷିଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ମଦନପୁରରୁ ଅଲାତରା ରାସ୍ତା ମଝି ପୋଲ ପାଖରେ ବଜ୍ରପାତରେ ଏକ ଗଛରେ ନିଆଁ ଲାଗିଯାଇଥିଲା। ବୁଧବାର ଭୋର୍‌ ୩ଟାରେ ରାସ୍ତାରେ ଗଛ ପଡ଼ିଯିବାରୁ ଯିବାଆସିବା ଠପ୍ ପଡ଼ିଥିଲା।

ମ.ରାମପୁର ଅଗ୍ନିଶମ ବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଏଫଏମ ଏ .ବାରୁଙ୍କ ତତ୍ୱାବଧାନରେ ଚୈତନ୍ୟ ସାହୁ, ସଚ୍ଚିଦାନନ୍ଦ ଧାରୁଆ, ରାଜେନ୍ଦ୍ର ମହାନନ୍ଦ ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରି ଗଛ କାଟି ରାସ୍ତା ସଫେଇ କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଉକ୍ତ  ଗଛର ଆଉ ଏକ ଶାଖା ବିପଦସଂକୁଳ ଅବସ୍ଥାରେ ଥିବାରୁ ତାହା କାଟିଦେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe