ହଟିଲା ରାସ୍ତାରୋକ, ସ୍ଵାଭାବିକ ହେଲା ଖଣିଜ ପରିବହନ

Advertisment
ହଟିଲା ରାସ୍ତାରୋକ, ସ୍ଵାଭାବିକ ହେଲା ଖଣିଜ ପରିବହନ

ଦୈତାରି/ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳଠାରେ ଠିକାସଂସ୍ଥା ମାଧ୍ୟମରେ ରେଲୱେ ସାଇଡିଂ ପରିଚାଳନାକୁ ବିରୋଧ କରି ୱାଗନ ଲୋଡିଂ କରୁଥିବା ଶ୍ରମିକମାନେ ୯ଦିନ ହେବ ବ୍ରାହ୍ମଣୀପାଳ-ଦୈତାରି ରାସ୍ତା ଅବରୋଧ କରିଥିଲେ।

ଫଳରେ ରାସ୍ତାକଡ଼ରେ ଶହଶହ ଖଣିଜ ବୋଝେଇ ଟ୍ରକ୍‌ ଅଟକି ରହିଥିଲା। ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନାରେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଆଜି ଓଏମ୍‌ସି ଆଞ୍ଚଳିକ ପରିଚାଳକ ବିଭୂତି ଭୂଷଣ ନାୟକ, ଖଣି ପରିଚାଳକ ବିକାଶ ଚନ୍ଦ୍ର ପରିଡ଼ା, ଶ୍ରମିକ ନେତା ଚନ୍ଦ୍ର ମୋହନ ବାରି, ଘନଶ୍ୟାମ ବାରି, ସୁରେନ୍ଦ୍ର ବଦ୍ରା, ଯମୁନା ସିଂ ଯାଦବ ଓ ଶତାଧିକ ଶ୍ରମିକଙ୍କ ଉପସ୍ଥିତିରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା।

ଓଏମ୍‌ସି ଆଞ୍ଚଳିକ ପରିଚାଳକ ଶ୍ରୀ ନାୟକ ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟିରୁ ରଖି ପୂର୍ବପରି ୱାଗନ ଲୋଡିଂ କାମ ଜାରି ରହିବା ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଫଳରେ ଆଜି ଅପରାହ୍‌ଣରୁ ଖଣିଜ ପରିବହନ ସ୍ଵାଭାବିକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe