ପଥପ୍ରାନ୍ତ ସୁବିଧା କେନ୍ଦ୍ର: ଘୋଷଣା ହୋଇଛି, ଆରମ୍ଭ ହୋଇନି, ପର୍ଯ୍ୟଟକ ଅନୁକୂଳ ହେଉନି ଗୋଲ୍‌ଡେନ୍‌ ଟ୍ରାଙ୍ଗେଲ୍‌

Advertisment

ମଜଭୁତ ହେଉଛି ପର୍ଯ୍ୟଟନ ଭିତ୍ତିଭୂମି। ବଢ଼ୁଛି ତାରକା ହୋଟେଲ୍‌। ମାତ୍ର ଶୌଚାଳୟଟିଏ ପାଇଁ ହୀନସ୍ତା ହେଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ଯାତାୟାତ ରାସ୍ତାରେ ଅନ୍ଧାରର ରାଜୁତିଛି। ହାଇମାଷ୍ଟ ଲାଇଟ୍‌ ସଜାଡ଼ିବା ତ ଦୂରର କଥା, ଡିଭାଇଡର ମଝିରେ ଲାଗିଥିବା ଲାଇଟ୍‌ଗୁଡ଼ିକ ବି ଅଚଳ ହୋଇଗଲାଣି।

ମଜଭୁତ ହେଉଛି ପର୍ଯ୍ୟଟନ ଭିତ୍ତିଭୂମି। ବଢ଼ୁଛି ତାରକା ହୋଟେଲ୍‌। ମାତ୍ର ଶୌଚାଳୟଟିଏ ପାଇଁ ହୀନସ୍ତା ହେଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ଯାତାୟାତ ରାସ୍ତାରେ ଅନ୍ଧାରର ରାଜୁତିଛି। ହାଇମାଷ୍ଟ ଲାଇଟ୍‌ ସଜାଡ଼ିବା ତ ଦୂରର କଥା, ଡିଭାଇଡର ମଝିରେ ଲାଗିଥିବା ଲାଇଟ୍‌ଗୁଡ଼ିକ ବି ଅଚଳ ହୋଇଗଲାଣି।

ssggd

ପୁରୀ: ମଜଭୁତ ହେଉଛି ପର୍ଯ୍ୟଟନ ଭିତ୍ତିଭୂମି। ବଢ଼ୁଛି ତାରକା ହୋଟେଲ୍‌। ମାତ୍ର ଶୌଚାଳୟଟିଏ ପାଇଁ ହୀନସ୍ତା ହେଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ଯାତାୟାତ ରାସ୍ତାରେ ଅନ୍ଧାରର ରାଜୁତିଛି। ହାଇମାଷ୍ଟ ଲାଇଟ୍‌ ସଜାଡ଼ିବା ତ ଦୂରର କଥା, ଡିଭାଇଡର ମଝିରେ ଲାଗିଥିବା ଲାଇଟ୍‌ଗୁଡ଼ିକ ବି ଅଚଳ ହୋଇଗଲାଣି। ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ପିପିଲି ପ୍ରବେଶ ଦ୍ବାର ସଦୃଶ। ମାତ୍ର ଏଠାରେ ଟୋଲ୍‌ ଗେଟ୍‌ ନିକଟରେ ଥିବା ଶୌଚାଳୟରେ ଲାଗିଥିବା ପାଣି ଟ୍ୟାପ୍‌ ଭାଙ୍ଗିଯାଇଛି। ପୂର୍ବାପେକ୍ଷା ଏହି ଶୌଚାଳୟର ସ୍ବଚ୍ଛତା ଫେରିଛି। କିନ୍ତୁ ଆନୁଷଙ୍ଗିକ ଭିତ୍ତିଭୂମି ସଜଡ଼ା ଯାଉନାହିଁ। ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ନିକଟରେ ପୌରପାଳିକା ପକ୍ଷରୁ ଏକ ଶୌଚାଳୟ ରହିଛି। କିନ୍ତୁ ପରିସ୍ରାଗାର ଏବେ ଷ୍ଟୋର୍‌ରୁମ୍‌ ପାଲଟିଛି। ଏହା ମଧ୍ୟରେ ଏଣୁତେଣୁ କପଡ଼ା ଗଦା ହୋଇଛି। ସୂଚନା ଫଳକରେ ପରିସ୍ରା ପାଇଁ ୫ଟଙ୍କା ଦେୟ ଲେଖାଯାଇଛି। କିନ୍ତୁ ଶୌଚାଳୟ ଦାୟିତ୍ବରେ ରହିଥିବା ବ୍ୟକ୍ତି ପର୍ଯ୍ୟଟକ ପିଚ୍ଛା ୧୦ ଟଙ୍କା ଲେଖାଏଁ ଦାବି କରୁଛନ୍ତି। ଶୌଚାଳୟ ସମ୍ମୁଖ ଭାଗ ଡମ୍ପିଂୟାର୍ଡ ପାଲଟିଛି। 
ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ  ପୁରୀ-କୋଣାର୍କ-ଭୁବନେଶ୍ବର ରାସ୍ତାରେ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ ନାହିଁ। ପୁରୀରୁ କୋଣାର୍କ ମଧ୍ୟରେ କିଛି ଐତିହ୍ୟ ସମ୍ପନ୍ନ ଜାଗା ରହିଥିବାରୁ ତା ନିକଟବର୍ତ୍ତୀ ପଥପ୍ରାନ୍ତରେ ଓ ଜାତୀୟ ରାଜପଥ କଡ଼ରେ ପର୍ଯ୍ୟଟକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା ହୋଇଛି। କିନ୍ତୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ମହିଳା ପର୍ଯ୍ୟଟକମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ସ୍ଥାନୀୟ ସାମାଜିକ କର୍ମୀ ସତ୍ୟନାରାୟଣ  ସାହୁ କହିଛନ୍ତି, ପର୍ଯ୍ୟଟକଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା କରିବା ଲାଗି ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ସୁବିଧା କେନ୍ଦ୍ରର ‌ବନ୍ଦୋବସ୍ତ କରାଯାଇଛି। କିନ୍ତୁ ଏହି ରାସ୍ତାରେ ଆବଶ୍ୟକତା ଥିଲେ ହେଁ ଏାନଇ ଠେରସ୍‌ ପଦକ୍ଷେପ ନିଆଯାଇନାହିଁ। ତେଣୁ ଜିଲ୍ଲାକୁ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ହେଲେ ଏହି ମୌଳିକ ସୁବିଧାର ଆବଶ୍ୟକତା ରହିଛି। ଏହା ବ୍ୟତୀତ ରାସ୍ତା କଡ଼ରେ ସ୍ଥାନେସ୍ଥାନେ ଶୌଚାଳୟ ମଧ୍ୟ ସ୍ଥାପନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

ପର୍ଯ୍ୟଟକଙ୍କୁ ଆକୃ୍ଷ୍ଟ କରିବା ପାଇଁ ବହୁ ଯୋଜନା ହେଉଛି। ସ୍ବଚ୍ଛନ୍ଦରେ ବୁଲିବା ପାଇଁ କୋଟିକୋଟି ଟଙ୍କା ବ୍ୟୟ ବରାଦ ହେଉଛି। କିନ୍ତୁ ପୁରୀରୁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତା ପର୍ଯ୍ୟଟକଙ୍କ ପାଇଁ ଯେମିତି ଅଭିଶାପ ପାଲଟିଛି। ପ୍ରଥମତଃ ଅନ୍ଧାରାଚ୍ଛନ୍ନ ମେରାଇନ୍‌ ରାସ୍ତା ଯୋଗୁ ଯାତାୟାତ ବିପଜ୍ଜନକ ପାଲଟିଛି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପର୍ଯ୍ୟଟକମାନେ ଶୌଚାଳୟ ପାଇଁ ନିରୂପାୟ ହୋଇପଡ଼ୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe