ଗୋଡ଼ଭଗା ରାସ୍ତାରୋକ ଘଟଣା:୩୯ ଜଣଙ୍କ ନାମରେ ମାମଲା ରୁଜୁ   

Advertisment
ଗୋଡ଼ଭଗା ରାସ୍ତାରୋକ ଘଟଣା:୩୯ ଜଣଙ୍କ ନାମରେ ମାମଲା ରୁଜୁ   

Prameyanews.com

ଅତାବିରା: ଟୋକନ୍‌ ‌ସମସ୍ୟାକୁ ନେଇ ବରଗଡ଼ ଜିଲ୍ଲା ଗୋଡ଼ଭଗାରେ ଗତ ୨ ତାରିଖ ଦିନ ହୋଇଥିବା‌ ରାସ୍ତାରୋକ ଘଟଣାରେ ଅତାବିରା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ୩୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ତେବେ ଶନିବାର ଭୋରରୁ  ଚାଷୀନେତା ବୀରେନ୍ଦ୍ର କର, ଡି ଜୟକୁମାର, ମନ୍ୟାମ୍ ଭେଙ୍କଟ ରାଓ, ଉପ୍ପଲ୍ପଟି ୟୁର୍ ବାବୁଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଳାଣ କରିଛି। ସମସ୍ତଙ୍କ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ବରଗଡ଼ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

୪ ଜଣ ଚାଷୀନେତା ଗିରଫ ପ୍ରତିବାଦରେ ଶନିବାର ସକାଳୁ ଚାଷୀମାନେ ଥାନା ପରିସରରେ ଧାରଣା ଦେଇଥିଲେ। ଗୋଡ଼ଭଗା ରାସ୍ତାରୋକରେ  ଅସଲ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚାଷୀମାନେ ଥାନା ଘେରାଉ କରିଥିଲେ। ଗିରଫ ୪ ଚାଷୀ ନେତା ନ ଫେରିବା ପର୍ଯ୍ୟନ୍ତ  ଚାଷୀମାନେ ଥାନା ପରିସରରେ ଧାରଣା ଦେଇ  ବାହାରେ ଟେଣ୍ଟ କରି ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ଏହି ପ୍ରତିବାଦକୁ ଉଭୟ ବିରୋଧି ଦଳ ବିଜେପି  ଓ କଂଗ୍ରେସର ନେତାମାନେ ସମର୍ଥନ ଜଣାଇଛନ୍ତି।  ପ୍ରକାଶ ଯେ, ଗତ ୨ ତାରିଖ ଗୋଡ଼ଭଗା ରାସ୍ତାରୋକ ଘଟଣାରେ ଅତାବିରା ଥାନାର ଏଏସ୍‌ଆଇ ତଲିନ୍ଦ୍ର ସେନାପତିଙ୍କ ଅଭିଯୋଗ ଭିତ୍ତିରେ ମହିଳାଙ୍କ ଦୁର୍ବ୍ୟବହାର, ଜୀବନରେ ମାରିଦେବା ଆଦି ସଂଗୀନ ଅଭିଯୋଗରେ  ଏକ ମାମଲା ରୁଜୁ ହୋଇଥିଲା।

ଗତକାଲି ରେଂଗାଲିକେମ୍ପରେ ଜଳସଂପଦ ବିଭାଗ ପକ୍ଷରୁ ଗୋଡ଼ଭଗା ଓ ଅତାବିରା ଜଳସେଚନ ଉପଖଣ୍ଡର ପାଣି ପଂଚାୟତ, ଚାଷୀଙ୍କ ବୈଠକ ହୋଇଥିଲା। ବୈଠକ ପରେ ଟୋକନ ସମସ୍ୟା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ଟୋକନ୍‌ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଆଗକୁ ଆସି ନ ଥିବାରୁ ସୋମବାର ତହସିଲ ‌ଅଫିସ ଘେରାଉ କରାଯିବ ବୋଲି କୃଷକ ସଂଗଠନ ନିଷ୍ପତ୍ତି ନେଇଥିଲା। ସୋମବାର ତହସିଲ ଅଫିସ ଘେରାଉ କରିବା  ପୂର୍ବରୁ ପୁଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି  ୪ ଜଣଙ୍କୁ ଗିରଫ କରିଥିଲା।  ଗିରଫଦାରିକୁ ବିରୋଧ କରି  ଅନ୍ୟ ଅଭିଯୁକ୍ତ ସମେତ ବହୁ ଚାଷୀ ସକାଳ ୧୦ଟାରୁ ଥାନା ପରିସରରେ ଧାରଣାରେ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe