ଜୁଳୁଛି ଜଙ୍ଗଲ; ଆୟତ୍ତ ପାଇଁ ବନ ବିଭାଗର ଉଦ୍ୟମ

Advertisment
ଜୁଳୁଛି ଜଙ୍ଗଲ; ଆୟତ୍ତ ପାଇଁ ବନ ବିଭାଗର ଉଦ୍ୟମ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଚିତାରମା, ଦର୍ଲିପଡ଼ା, କନ୍ଦେନଝରିଆ, ଜାମପାଣି, ଚେରେପନି, ଲୁହପେନ ଆଦି ଜଙ୍ଗଲରେ ନିଆଁ ଲାଗିଛି। ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସୂଚନାଥାଉକି ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଅନେକ ସଚେତନାମୂଳକ ପଦକ୍ଷେପ ନିଆଯାଉଛି। କିନ୍ତୁ କିଛି ଲୋକ ସଚେତନ ହେଉନଥିବାରୁ ବାରମ୍ବାର ଏଭଳି ନିଆଁ ଲାଗୁଛି। ମହୁଲ ଗୋଟାଇବା ପାଇଁ ଗଛ ତଳକୁ ସଫାରଖାଯାଏ। ଏହି ସମୟରେ ପତ୍ରକୁ ପୋଡ଼ିବା ପରେ ନିଆଁ ନଲିଭାଇ ଛାଡ଼ି ଦେଉଛନ୍ତି। ଫଳରେ ନିଆଁ ଲାଗି ବିଭିନ୍ନ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି।

ସିନାପାଲିରେ ୧୦ ଜଣ ଯୁବକଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ହେଲେ ଏହି ସଂଖ୍ୟା ବହୁତ କମ୍‌ ହେଉଥିବାରୁ ସେମାନେ ନିଆଁକୁ ଆୟତ୍ତ କରିପାରୁନାହାନ୍ତି। ତେଣୁ ଆହୁରି କିଛି ସ୍ଥାନୀୟ ଯୁବକଙ୍କୁ ନିୟୋଜିତ କରାଗଲେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ବୋଲି ପରିବେଶପ୍ରେମୀ ମତ ଦେଇଛନ୍ତି। ଖଡ଼ିଆଳ ସହକାରୀ ବନଖଣ୍ଡ ଅଧିକାରୀ ଜୟରାମ ଶବର ପହଞ୍ଚି ବିଭିନ୍ନ ଜଙ୍ଗଲ ଦେଖିବା ସହ ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରିଛନ୍ତି। ସିନାପାଲି ରେଞ୍ଜର ବିମଳ ପ୍ରକାଶ ଟୋକନୋ, ଫରେଷ୍ଟର ଖଗେଶ୍ବର ମାଝୀ, ଏସ୍‌ ପଣ୍ଡା, ପି. ସରାଫ ପ୍ରମୁଖ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଖବର ଲେଖାହେବା ବେଳକୁ ନିଆଁକୁ ଆୟତ୍ତ କରାଯାଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe