ଟଙ୍କା ବ୍ୟାଗ ଛଡ଼ାଇ ନେଲେ ଲୁଟେରା

Advertisment
ଟଙ୍କା ବ୍ୟାଗ ଛଡ଼ାଇ ନେଲେ ଲୁଟେରା

ଅଭିମନ୍ୟୁ ବାଲିଆ: ବରୀ ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ରାମପୁର ଗ୍ରାମର ବ୍ୟବସାୟୀ ଅଶ୍ଵିନୀ କୁମାର ସାମଲଙ୍କ ଠାରୁ କିଛି ଦୁର୍ବୃତ୍ତ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ସାମଲ ନିଜ ଘରୁ ଟଙ୍କା ବ୍ୟାଗ ଧରି ଦୋକାନକୁ ଆସୁଥିବା ବେଳେ ହଠାତ୍‌ ଦୁଇଜଣ ଯୁବକ ବିପରୀତ ଦିଗରୁ ଆସି ତାଙ୍କ ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ। ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଦ୍ରୁତଗତିରେ ପଳାଇ ଯାଇଥିଲେ।

ଶ୍ରୀ ସାମଲଙ୍କ ପାଟି ଶୁଣି ଗ୍ରାମର କିଛି ଯୁବକ ପିଛା କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ପତ୍ତା ପାଇନଥିଲେ। ଅଭିଯୋଗ ପରେ ବରୀ ଥାନାଧିକାରୀ ପ୍ରକାଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରାସ୍ତାର ଅଜାଣ ଛକ ଓ ମନ୍ଦାରି ପଞ୍ଚାୟତର ଅଣିକଣା ଛକରେ ଥିବା କିଛି ଦୋକାନର ସିସିକ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରିଥିଲେ।

ଲୁଟେରା ଦୁଇଜଣ ଏକ କଳାରଙ୍ଗର ଆପାଚି ବାଇକ୍‌ରେ ଆସି ବ୍ୟାଗ ଝାମ୍ପି ନେଇଥିଲେ ବୋଲି ଶ୍ରୀ ସାମଲ ଅଭିଯୋଗରେ ଦର୍ଶାଇଛନ୍ତି। ସିସି କ୍ୟାମେରା ଫୁଟେଜ୍‌ରୁ କଳାରଙ୍ଗର ଆପାଚିରେ ଦୁଇ ଅଭିଯୁକ୍ତ ଅଜାଣ ଛକ ଓ ଅଣିକଣା ଛକ ଅତିକ୍ରମ କରିଥିବା ଦୃଶ୍ୟ କଏଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe