କେଗାଁ ପୁଲିସ୍‌ ଦ୍ବାରା ଡକାୟତ ଦଳ ଗିରଫ

ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଗୋଲାମୁଣ୍ତା/ବୋର୍ଡା : କଳାହାଣ୍ତି ଜିଲ୍ଲା କେଗାଁ ପୁଲିସ୍‌ ଏକ ୫ ଜଣିଆ ଡକାୟତ ଦଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଡକାୟତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ତା ଥାନା ବେଲପଡ଼ାର ନିରାକାର ତାଣ୍ତି (୨୮), ଭାଲୁମୁଣ୍ତା ଗ୍ରାମର କପିଳାସ ମେହେର (୨୬), କଣ୍ଟାବାଞ୍ଜିର ପ୍ରଶାନ୍ତ ମଚାକୁଣ୍ତ (୨୫), ନୂଆପଡ଼ା ଜିଲ୍ଲା ଖରିଆର ଥାନା ଅମଲାପାଲି ଗ୍ରାମର ମନୋଜ କୁମ୍ଭାର (୩୦) ଓ ଖରିଆରେ ଥାନା ମୋହରା ଗ୍ରାମର ଧର୍ମ ପଟେଲ (୨୭)। ପୁଲିସ୍‌ ସେମାନଙ୍କ ଠାରୁ ଗୋଟିଏ ଗ୍ୟାସ୍‌ କଟର, ୩ ଲୁହାରଡ୍‌, ଗୋଟିଏ କଟୁରି, ଗୋଟିଏ ଖେଳନା ବନ୍ଧୁକ, ୨ ପ୍ୟାକେଟ୍‌ ଲଙ୍କାଗୁଣ୍ତ ଏବଂ ସେମାନେ ବ୍ୟବହୃତ କରିଥିବା ଏକ ନମ୍ବର ବିହୀନ ମାରୁତି ସୁଜୁକି ୮୦୦ ଗାଡ଼ିକୁ ଜବତ କରିଛି।

ମଙ୍ଗଳବାର ରାତିରେ କେଗାଁ ପୁଲିସ୍‌ ପାଟ୍ରୋଲିଂ କରୁଥିବା ସମୟରେ ଭାଟିପଡ଼ା ମହାଲିଙ୍ଗ ମୁଖ୍ୟରାସ୍ତାର ଏକ ନିଛାଟିଆ ସ୍ଥାନରେ କିଛି ଅସାମାଜିକ ଯୁବକଙ୍କୁ ଦେଖିବାକୁ ପାଇଥିଲେ। ସେମାନଙ୍କ ଉପରେ ସନ୍ଦେହ ହେବାରୁ ଥାନାକୁ ଆଣି ପଚରାଉଚୁରା କରାଯାଇଥିଲା। ମହାଲିଙ୍ଗର ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ପାଇଁ ଯୋଜନା କରୁଥିଲେ ବୋଲି ଡକାୟତ ଦଳ ମାନିଥିଲେ। ଏହି ୫ଜଣ ଅନେକ ଡକାୟତିରେ ସାମିଲ ଥିଲେ ବୋଲି ପୁଲିସ୍‌ ଜେରା ସମୟରେ ଜାଣିବାକୁ ପାଇଥିଲା। ଏନେଇ ବୁଧବାର କେଗାଁ ଥାନାରେ ୨/୨୧ ରେ ଏକ କେସ୍‌ ରୁଜୁ କରି ଉକ୍ତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି କାହ୍ନୁଚରଣ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe