Robbers openly challenge police: Robbers loot Rs 3.5 lakh at gunpoint Photograph: (sambad.in)
ସୁନ୍ଦରଗଡ଼: କୋଇଡ଼ା ଖଣି ଅଞ୍ଚଳରେ ପୁଲିସକୁ ଡକାୟତ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ୧୦ ଦିନ ତଳେ କୋଇଡାର ରେଙ୍ଗାଲବେଡା ଠାରେ ମୁଖାପିନ୍ଧା ଦୁର୍ବୃତ୍ତ ସଶସ୍ତ୍ର ଡକାୟତି କରିଥିଲେ ।
୮ ମୁଖା ପିନ୍ଧା ଦୁର୍ବୃତ୍ତ
ପୁଣି ବୁଧବାର ରାତିରେ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ ଛୁରୀ ଦେଖାଇ କୋଇଡ଼ା ମୁଖ୍ୟ ଛକରେ ଥିବା ତାରିଣୀ ପରିବହନ ନାମକ ଏକ ଘରୋଇ ସଂସ୍ଥାର କାର୍ଯାଳୟରେ ପଶି ସାଢେ ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଦୁର୍ବୃତ୍ତମାନେ କାର୍ଯ୍ୟାଳୟର ସିସିଟିଭି ଭାଙ୍ଗିବା ସହିତ ହାର୍ଡ ଡିସ୍କ୍ ନେଇଯାଇଛନ୍ତି।
ଆହୁରି ପଢ଼ନ୍ତୁ:Amicus Curiae Report: ରାଷ୍ଟ୍ରୀୟ ପ୍ରତୀକର ଅପବ୍ୟବହାର ଅଭିଯୋଗ, ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ଶେଷ
କୋଇଡ଼ା ଏକ ଖଣି ଅଞ୍ଚଳ ହୋଇଥିବାରୁ ଏଠାରେ ରାତି ତମାମ ପରିବହନ କାର୍ଯ୍ୟାଳୟ ଚାଲିଥାଏ । ଗାଡ଼ି ଚାଳକମାନଙ୍କୁ ଆଡଭାନ୍ସ ଦେବାକୁ ନଗଦ ଟଙ୍କା ମଧ୍ୟ କାର୍ଯ୍ୟାଳୟରେ ରଖାଯାଇଥାଏ । ଏହାର ସୁଯୋଗ ନେଇ ଏହି ଅଞ୍ଚଳରେ ବାରମ୍ବାର ଡକାୟତି ବଢି ଚାଲିଛି । କୋଇଡ଼ା ଥାନା ଅଞ୍ଚଳ ତଥା ବଣାଇଁ ଉପଖଣ୍ଡ ସବୁଠି ବଡଧରଣର ଲୁଟ୍ ଚାଲିଛି ।
ଲୁଟେରାଙ୍କ ଟେର୍ ପୁଲିସ ପାଉନି
ହେଲେ ଲୁଟେରାଙ୍କ ଟେର୍ ପୁଲିସ ପାଇପାରୁନି । ଅନ୍ୟପଟେ ଡକାୟତଙ୍କୁ କାବୁ କରିବା ପାଇଁ ଯାଇଥିବା ପୁଲିସ ଟିମ୍ର ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି । ପୁଲିସ ଟିମ୍ ଗାଡ଼ିରୁ ଓହ୍ଲାଉଥିବା ବେଳେ ବିପରିତ ଦିଗରୁ ଡକାୟତମାନେ ଅସି ଗାଡ଼ି ଚଢ଼ାଇ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି ।
ଆହୁରି ପଢ଼ନ୍ତୁ:Disciplinary action: ଗ୍ରାମୀଣ ଡାକ ସେବକଙ୍କୁ କ୍ୟାଟ୍ରୁ ଆଶ୍ବସ୍ତି: ଅଭିଯୋଗ ଫର୍ଦ୍ଦ ରଦ୍ଦ
ସମ୍ପୃକ୍ତ ଚାଳକ ବେସରକାରୀ ଭାବେ ଥାନା ଗାଡ଼ି ଚାଳକ ଭାବେ କାମ କରୁଥିଲେ। ତାଙ୍କ ନାଁ ରାହୁଲ ସଫର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Follow Us