ଧରାପଡ଼ିଲା ଟ୍ରେନ୍‌ରୁ ସୁନା ଚେନ୍‌ ଲୁଟିଥିବା ଲୁଟେରା

ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ପୁରୀ : ଚଳନ୍ତା ଟ୍ରେନ୍‌ରୁ ସୁନା ଚେନ୍‌ ଲୁଟ୍‌ ପରେ ଧରାପଡ଼ିଛି ‌ଲୁଟେରା। ଗତ ମାସ ୨୪ ତାରିଖରେ କଟକ ବକ୍ସିବଜାର ବାଲି ଭଗତ ‌ରୋଡ୍‌ସ୍ଥିତ ବେପାରୀସାହିର ବାବୁଲି ପ୍ରସାଦ ଭଗତଙ୍କ ପୁତ୍ର ଶୈଳେଶ ଭଗତ ଟ୍ରେନ୍‌ ଯୋଗେ କଟକରୁ ପୁରୀ ଆସୁଥିବା ବ‌େଳେ ଅଠରନଳା ଖଣ୍ଡିଆବନ୍ଧସାହିର ରାକେଶ ମଲ୍ଲିକ ତାଙ୍କ ବେକରୁ ୧୮ ଗ୍ରାମର ସୁନା ଚେନ୍‌ ଝାମ୍ପି ନେଇ ଚମ୍ପଟ ମାରିଥିଲା। ଏନେଇ ଶୈଳେଶ ପୁରୀ ଜିଆର୍‌ପି ଥାନାରେ ଅଭିଯୋଗ କରିଥିଲେ। ଗତକାଲି ପୁଲିସ ରାକେଶକୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ରାମଚଣ୍ଡୀ ବାଲିଉପରସାହିର ଗୋଧି କାଳିଆ ସହ ମିଶି ଏହି ଅପରାଧ କରିଥିବା ମାନିଯାଇଥିଲା। ରାକେଶଠାରୁ ମୋବାଇଲ୍‌ ଫୋନ୍‌ ସହ ଏକ ବୁଲେଟ୍‌ ଜବତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe