କଟକ: ଇଡି ଅଧିକାରୀ କହି ଲୁଟିନେଲେ, ଫେରିଲେ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌

ମଧୁପାଟଣାରେ ନାବାଳକ ଲୁଟେରା ଉତ୍ପାତ, ଔଷଧ ଦୋକାନ ପରେ ଡାକ୍ତରଙ୍କୁ ଲୁଟ୍

The Indian Express

କଟକ: କଟକ ସହରକୁ ପୁଣି ଫେରିଲେ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ। ଆଜି ବାଦାମବାଡ଼ି ଥାନା ଅନ୍ତର୍ଗତ ପୁରୀ ବସଷ୍ଟାଣ୍ତ ନିକଟରେ ସେମାନେ ଜଣେ ବାଇକ ଚାଳକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କାର ସୁନା ଲୁଟି ନେଇଛନ୍ତି। କାଗଜ ପୁଡ଼ିଆରେ ଇଟା ଧରାଇ ଦେଇ ସୁନା ଲୁଟିଥିବା ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଶଙ୍କରପୁରର ଶିବ ଖୁଣ୍ଟିଆ ଗତକାଲି ସକାଳ ପ୍ରାୟ ୯ଟା ବେଳେ ଏକ ବାଇକରେ ପୁରୀ ବସ୍‌ଷ୍ଟାଣ୍ତ ଦେଇ ଯାଉଥିଲେ। ଏହି ସମୟରେ ଏକ ପଲସର‌୍‌ ବାଇକରେ ତିନିଜଣ ଅଜଣା ବ୍ୟକ୍ତି ପହଞ୍ଚି ନିଜକୁ ଇଡିର ଅଧିକାରୀ ବୋଲି ପରିଚୟ ଦେଇଥିଲେ।

ହିନ୍ଦୀ କଥା ହେଉଥିବା ଏହି ବ୍ୟକ୍ତିମାନେ ଶିବଙ୍କୁ ସୁନା ଅଳଙ୍କାର ଏଭଳି ପିନ୍ଧି ନ ବୁଲିବାକୁ ପରାମର୍ଶ ଦେଇଥିଲେ। ଚୋରି ହେଉଥିବାରୁ ସୁନା ଖୋଲି ଗାଡ଼ି ଡିକିରେ ରଖିବାକୁ କହିଥିଲେ। ଶିବ ସୁନା ଖୋଲିବା ପରେ ଏହି ଅଜଣା ବ୍ୟକ୍ତିମାନେ ତାଙ୍କୁ ଏକ କାଗଜରେ ଅଳଙ୍କାର ଗୁଡ଼ାଇ ରଖିବାକୁ କହିଥିଲେ। ଏହି ସମୟରେ କୌଶଳକ୍ରମେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ଆଉ ଏକ କାଗଜରେ ଗୁଡ଼ାଯାଇଥିବା ଇଟା ଧରାଇ ଦେଇଥିଲେ। ଶିବ ଘରେ ପହଞ୍ଚିବା ପରେ ଦୁର୍ବୃତ୍ତଙ୍କ କାରନାମା ଜାଣିବାକୁ ପାଇଥିଲେ। ଏଥିରେ ପ୍ରାୟ ୩୦ ଗ୍ରାମର ସୁନା ଅଳଙ୍କାର ଥିଲା ଯାହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସହରକୁ ପୁଣି ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌ ଫେରିଥିବାରୁ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe